ନୂଆଦିଲ୍ଲୀ:ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ((Finance minister Nirmala Sitharaman Admitted to AIIMS ) । ଦିଲ୍ଲୀ ଏମ୍ସର ପ୍ରାଇଭେଟ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି ଅର୍ଥମନ୍ତ୍ରୀ । ତେବେ ହସ୍ପିଟାଲରେ ଭର୍ତ୍ତି ହେବାର ପ୍ରକୃତ କାରଣ ଜଣା ପଡିନାହିଁ ।
୬୩ ବର୍ଷୀୟ ସୀତାରମଣ ମଧ୍ୟାହ୍ନ ୧୨ଟା ସମୟରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀସ୍ଥିତ ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାସହ ଗତ ଶନିବାର ଦିନ ନିର୍ମଳା ସୀତାରମଣ ଚେନ୍ନାଇର ତାମିଲନାଡୁ Dr MGR ମେଡିକାଲ ୟୁନିଭର୍ସିଟିର 35 ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ତେବେ ଉକ୍ତ ସମାରୋହରେ ତାମିଲ ଭାଷାରେ ଡାକ୍ତରୀ ପାଠ ପଢାଯିବା ଉଚିତ ବୋଲି କହିଥିଲେ ଅର୍ଥମନ୍ତ୍ରୀ ।