ନୂଆଦିଲ୍ଲୀ:ଆଜି ସଂସଦରେ ଉପସ୍ଥାପନ ହେବ 2023-24 ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ। ଦିନ 11ଟା ସମୟରେ ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ। ରାଷ୍ଟ୍ରପତି ଭବନରେ ନିର୍ମଳା ସୀତାରମଣଙ୍କ ସମେତ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ଏହାପରେ ରାଷ୍ଟ୍ରପତି ବଜେଟକୁ ମଞ୍ଜୁରି ପ୍ରଦାନ କରିବା ପରେ ସଂସଦ ଅଭିମୁଖେ ବାହାରିଛନ୍ତି ଅର୍ଥମନ୍ତ୍ରୀ । ଆଉ ମାତ୍ର କିଛି ସମୟ ପରେ ଉପସ୍ଥାପନ ହେବ ସାଧାରଣ ବଜେଟ । ସବୁ ସ୍ତରର ଲୋକଙ୍କୁ ସୁହାଇଲା ଭଳି ବଜେଟ ଆସିବା ନେଇ ଆଶା କରାଯାଉଛି।
ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ - budget session 2023
ଆଜି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ। ଏହା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ
ଆଉ କିଛି ସମୟପରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରିବେ । ଆଜି ଏହା ଉପରେ ସାଧାରଣ ଲୋକଙ୍କଠାରୁ ନେଇ ଚାକିରିଆ, ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ରହିଛି ନଜର । ବିଶେଷକରି ୨୦୨୪ରେ ଲୋକସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ଭଳି ବଜେଟ ଆଣିପାରନ୍ତି ବୋଲି କୁହାଯାଉଛି । ମଙ୍ଗଳବାର ସଂସଦରେ ଉପସ୍ଥାପନ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ରହିବାକୁ ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୬.୫ ପ୍ରତିଶତ ରହିପାରେ ବୋଲି ଅନୁମାନ କରାଯାଇଛି । ଏହାସହିତ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆହୁରି ହ୍ରାସ ପାଇବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି।
ଗତକାଲିଠାରୁ ସଂସଦର ଆରମ୍ଭ ହୋଇଛି ବଜେଟ ଅଧିବେଶନ । ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ସଦନକୁ ସମ୍ବୋଧନ କରିଥିଲେ । ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିମ୍ନସଦନ ଲୋକସଭାରେ ପ୍ରାକ ବଜେଟ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଥିଲେ । ପୂର୍ବାହ୍ନ ପ୍ରାୟ 12.50 ମିନିଟ୍ ସମୟରେ ଇକୋନୋମିକ ସର୍ଭେ ରିପୋର୍ଟକୁ ଗୃହରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିଲା । ଏହାପରେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ସହ କାର୍ଯ୍ୟଦିବସକୁ ମୁଲତବୀ ଘୋଷଣା କରାଯାଇଥିଲା ।