ନୂଆଦିଲ୍ଲୀ: ମୋବାଇଲ ଜବତ ହେବା ଭୟରେ ଫୋନ ଗିଳି ଦେଲେ କଏଦୀ । ଆଉ ଏହାଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଡାକ୍ତର ବିନା ସର୍ଜରୀରେ କଏଦୀଙ୍କ ପେଟରୁ ମୋବାଇଲ ଫୋନକୁ ବାହାର କରିଛନ୍ତି । ଏଭଳି ବିରଳ ଘଟଣା ତିହାର ଜେଲର କଏଦୀଙ୍କ ସହ ଘଟିଛି । ଦିନଦୟାଲ ଉପଧ୍ୟାୟ ହସ୍ପିଟାଲର ଡାକ୍ତର କଏଦୀଙ୍କ ପେଟରୁ ମୋବାଇଲ ବାହାର କରିଥିବା ଜଣାପଡ଼ିଛି ।
କଏଦୀ ଜଣକ ମୋବାଇଲ ଫୋନ ଗିଳିଦେବା ପରେ ତାଙ୍କୁ ତୁରନ୍ତ ଜେଲର ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ନ ସୁଧୁରିବା ପରେ ତାଙ୍କୁ ପରେ ଦିନଦୟାଲ ଉପାଧ୍ୟାୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଏକ୍ସରେ ପରେ ଏହା ନିଶ୍ଚିତ କରାଯାଇଥିଲା ଯେ କଏଦୀ ପ୍ରକୃତରେ ଫୋନକୁ ଗିଳି ଦେଇଛନ୍ତି । ଡାକ୍ତର ପ୍ରାୟ ୧୦ ଦିନ ଲଗାତାର ଉଦ୍ୟମ ପରେ ବିନା ସର୍ଜରୀର ଫୋନକୁ ବାହାର କରିବାରେ ସଫଳ ହୋଇଛନ୍ତି । ଏବେ କଏଦୀ ଜଣକ ସୁସ୍ଥ ଥିବା ବେଳେ ତାଙ୍କୁ ଜେଲକୁ ନିଆଯାଇଛି ।