ଚେନ୍ନାଇ: ବିିରିୟାନୀ ପାଇଁ ଦମ୍ପତ୍ତି ମୃତ । ସ୍ତ୍ରୀକୁ ବିରିୟାନୀ ନଦେଇ ଏକା ଖାଇଦେଲେ ସ୍ବାମୀ। ସ୍ତ୍ରୀ ଝଗଡ଼ା କରିବାରୁ ରାଗିଯାଇ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଲେ । ଜଳନ୍ତା ଅବସ୍ଥାରେ ସ୍ବାମୀଙ୍କୁ କୁଣ୍ଢାଇ ପକାଇବାରୁ ନିଆଁରେ ପୋଡି ଭଭୟଙ୍କ ମୃତ୍ୟୁ ଘଟିଛି । ତାମିଲନାଡୁର ଚେନ୍ନାଇରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ବୃଦ୍ଧ ଦମ୍ପତି କରୁଣାକରନ ଓ ପଦ୍ମାବତୀ ଚେନ୍ନାଇ ସ୍ଥିତ ଆୟାନାଭରମରେ ରହୁଥିଲେ । ତାଙ୍କର 4ଟି ସନ୍ତାନ ଥିବାବେଳେ ବିବାହିତ ହୋଇ ଅନ୍ୟତ୍ର ରହୁଛନ୍ତି । ବୃଦ୍ଧାବସ୍ଥା ହେତୁ ଦୁହେଁ ମାନସିକ ବିକାରଗସ୍ତ ଅଟନ୍ତି । ସବୁବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଗତ 7 ତାରିଖ ଦିନ କରୁଣାକରନ ବିରିୟାନୀ ଆଣି ଘରେ ଏକାକୀ ଖାଇଥିଲେ । ଏନେଇ ସ୍ତ୍ରୀ ପଚାରିବାରୁ ସେ ରାଗିଯାଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ସ୍ବାମୀ ରାଗିଯାଇ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ପତ୍ନୀ ଜଳନ୍ତା ଅବସ୍ଥାରେ ସ୍ବାମୀଙ୍କୁ ଆଲିଙ୍ଗନ କରିବାରୁ ଦୁହେଁ ଗୁରୁତର ଆହତ ହୋଇଥିଲେ ।