ଓଡିଶା

odisha

ETV Bharat / bharat

ଝିମିଟି ଖେଳରୁ ମହାଭାରତ, ଟିଭି ରିମୋଟ ପାଇଁ ପୁଅକୁ ମାରିଲା ବାପା - ପୁଅକୁ ମାରିଲା ବାପା

ଟିଭି ରିମୋଟକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ଝଗଡା । ରାଗରେ ପୁଅ ଉପରକୁ କଇଁଚି ଫିଙ୍ଗିଲା ବାପା । ବଡ଼ ପୁଅର ମୃତ୍ୟୁ । ଅଧିକ ପଢ଼ନ୍ତୁ

ଝିମିଟି ଖେଳରୁ ମହାଭାରତ, ଟିଭି ରିମୋଟ ପାଇଁ ପୁଅକୁ ମାରିଲା ବାପା
ଝିମିଟି ଖେଳରୁ ମହାଭାରତ, ଟିଭି ରିମୋଟ ପାଇଁ ପୁଅକୁ ମାରିଲା ବାପା

By ETV Bharat Odisha Team

Published : Oct 16, 2023, 6:35 PM IST

ବେଙ୍ଗାଲୁରୁ: କୁହାଯାଏ ରାଗ ବ୍ରହ୍ମ ଚଣ୍ଡାଳ । ଜଣେ ବ୍ୟକ୍ତି ରାଗି ଥିବା ସମୟରେ ନିଜର ହିତାହିତ ଜ୍ଞାନ ହରାଇ ବସେ । ଏମିତିକୁ ନିଜ ଉପରୁ ନିୟନ୍ତ୍ରଣ ହରାଇ କିଛି ଅମାନବୀୟ କାଣ୍ଡ ମଧ୍ୟ ଘଟାଇ ବସେ । ଯାହାର ଜ୍ୱଳନ୍ତ ଉଦାାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଯେଉଁଠି ସାମାନ୍ୟ କଥାକୁ ନେଇ ଜଣେ ବାପାର ମାଡ଼ରେ ପୁଅର ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, କର୍ଣ୍ଣାଟକ ଚିତ୍ରଦୁର୍ଗା ଜିଲ୍ଲା ମୋଲରୋଲମୁରୁ ଟାଉନ ଅଞ୍ଚଳର ଜଣେ ବାପା ରାଗରେ ପୁଅ ଉପରକୁ କଇଁଚି ଫିଙ୍ଗିବା ଫଳରେ ତାଙ୍କ ବଡ଼ ପୁଅର ମୃତ୍ୟୁ ହୋଇଥିବା ନେଇ ସୋମବାର ମୋଲରୋଲମୁରୁ ଥାନା ପୋଲିସ ସୂଚନା ଦେଇଛନ୍ତି । ପୋଲିସର ସୂଚନା ଅନୁସାରେ ଗତକାଲି (ରବିବାର) ଲକ୍ଷ୍ମଣ ବାବୁ ନାମକ ଜଣେ ବ୍ୟକ୍ତିଙ୍କର ଦୁଇ ନାବାଳକ ପୁଅ ଘରେ ଟିଭି ରିମୋଟକୁ ନେଇ ଝଗଡ଼ା ଲାଗିଥିଲେ । ଏହି ସମୟରେ ଲକ୍ଷ୍ମଣ ଘରେ ଥିଲେ । ତେବେ ପିଲା ଦୁଇ ଜଣଙ୍କ ଝଗଡାରେ ଉତକ୍ଷିପ୍ତ ହୋଇ ଲକ୍ଷ୍ମଣ ପାଖରେ ଥିବା ଏକ କଇଁଚିକୁ ବଡ଼ ପୁଅ ଚନ୍ଦ୍ରଶେଖର (16)ଙ୍କ ଉପରକୁ ଫୋପାଡି ଦେଇଥିଲେ । ଫଳରେ କଇଁଚିଟି ଚନ୍ଦ୍ରଶେଖରଙ୍କ କାନରେ ବାଜି ଅତ୍ୟଧିକ ରକ୍ତସ୍ରାବ ହେବା ଦ୍ବାରା ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଲକ୍ଷ୍ମଣ ବାବୁ ଷ୍ଟ୍ରୋକରେ ପୀଡ଼ିତ ହୋଇ ଘରେ ଥିବା ସମୟରେ ଏଭଳି କାଣ୍ଡ ଘଟାଇଛନ୍ତି । ସେପଟେ ପୁଅକୁ ହତ୍ୟା କରିଥିବା ନେଇ ଲକ୍ଷ୍ମଣଙ୍କ ନାମରେ ମୋଲରୋଲମୁରୁ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...Father Kills Son: ଅତିଷ୍ଠ କଲା ଝଗଡା, ପୁଅକୁ କୋଦାଳରେ ହାଣିଲା ବାପା

ପୂର୍ବରୁ ମହାରାଷ୍ଟ୍ର ଛତ୍ରପତି ଶିବାଜୀ ସମ୍ଭାଜୀନଗର ଚିକଲଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । 35 ବର୍ଷୀୟ ରାଜୁ ପ୍ରକାଶ ଭୋସଲେ ନାମକ ଜଣେ ବ୍ୟକ୍ତି ନିଶା ବଟିକା ଖାଇବା ପରେ ନିଶାରେ ହିତାହିତ ଜ୍ଞାନ ଭୁଲି ଘର ନିକଟରେ ଥିବା କୂଅରେ ନିଜର ନିଜର 8 ବର୍ଷୀୟ ନାବାଳକ ଓ 2 ବର୍ଷୀୟ ଶିଶୁପୁତ୍ରକୁ ଫିଙ୍ଗି ଦେଇଥିଲା । ନିକଟରେ ଥିବା ପଡୋଶୀ ଯୁବକ ଏହା ଦେଖି ଧାଇଁ ଆସିଥିଲେ । କୂଅରେ ଡେଇଁ ଉଭୟ ଶିଶୁଙ୍କୁ ଉଦ୍ଧାର କରିବା ପ୍ରୟାସ କରିଥିଲେ । କିନ୍ତୁ 8 ବର୍ଷୀୟ ଶୁଭମକୁ ଉଦ୍ଧାର କରାଯିବାରେ ଯୁବକ ଜଣଙ୍କ ସଫଳ ହୋଇଥିଲେ ସୁଦ୍ଧା 2 ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ପାରିନଥିଲା । କିଛି ସମୟ ପରେ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details