ଓଡିଶା

odisha

By

Published : Mar 1, 2021, 9:57 PM IST

ETV Bharat / bharat

ଛତିଶଗଡ ପୋଲିସରେ ଭର୍ତ୍ତି ହେଲେ 15 ଟ୍ରାନ୍ସଜେଣ୍ଡର

ଛତିଶଗଡ ପୋଲିସ ସେବାରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଲେ 15 ଟ୍ରାନ୍ସଜେଣ୍ଡର । ଅଧିକ ପଢନ୍ତୁ....

ଛତିଶଗଡ ପୋଲିସ ବଭାଗରେ ନିଯୁକ୍ତି ପାଇଲେ 15 ତୃତୀୟ ଲିଙ୍ଗ ପ୍ରାର୍ଥୀ
ଛତିଶଗଡ ପୋଲିସ ବଭାଗରେ ନିଯୁକ୍ତି ପାଇଲେ 15 ତୃତୀୟ ଲିଙ୍ଗ ପ୍ରାର୍ଥୀ

ରାୟପୁର: ଛତିଶଗଡ ପୋଲିସ ସେବାରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଲେ 15 ଟ୍ରାନ୍ସଜେଣ୍ଡର । ରାଜ୍ୟ ପୋଲିସ ବିଭାଗର ନିଯୁକ୍ତି ପରୀକ୍ଷାର ଶେଷ ଫଳାଫଳରେ 15 ଜଣ ତୃତୀୟ ଲିଙ୍ଗ ପ୍ରାର୍ଥୀ ଚୟନ କରାଯାଇଥିବା ଜଣାପଡିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ସମସ୍ତ ତୃତୀୟ ଲିଙ୍ଗ ପ୍ରାର୍ଥୀ ସଫଳତାର ସହ ନିଯୁକ୍ତି ପାଇଁ ଚୟନ ହୋଇଥିବା ସୂଚନା ରହିଛି । ଏନେଇ ବେଶ ଖୁସି ପ୍ରକାଶ କରିଛନ୍ତି ନିଯୁକ୍ତି ପାଇଥିବା ତୃତୀୟ ଲିଙ୍ଗର ପ୍ରାର୍ଥୀ ।

ଛତିଶଗଡ ପୋଲିସରେ ଭର୍ତ୍ତି ହେଲେ 15 ତୃତୀୟ ଲିଙ୍ଗ ପ୍ରାର୍ଥୀ

ମିତଓ୍ବା ଗ୍ରୁପ୍ ନିର୍ଦ୍ଦେଶକ ବିଦ୍ୟା ରାଜପୁତ କହିଛନ୍ତି ଯେ ପୋଲିସ୍ ନିଯୁକ୍ତିରେ ଅଂଶଗ୍ରହଣକାରୀମାନେ ଭାରତ ଏବଂ ବିଶ୍ବକୁ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରିଛନ୍ତି । ସେମାନେ କୌଣସି କାର୍ଯ୍ୟରେ ପୁରୁଷ ଓ ମହିଳାଙ୍କ ଠାରୁ କମ ନୁହନ୍ତି ଓ ସେମାନଙ୍କ ଦକ୍ଷତା ବଳରେ ସେମାନେ ମଧ୍ୟ ସଫଳତା ହାସଲ କରି ପାରିବେ ବୋଲି ମଧ୍ୟ ସେ କହିଥିବା ଦେଖିବାକୁ ମିଳିଛି ।

ତୃତୀୟ ଲିଙ୍ଗ ସମାଜରେ ଏକ କଳଙ୍କ ଭାବରେ ବିବେଚନା କରାଯାଏ ଏବଂ ପରିବାର ତଥା ସମାଜରୁ ତାଙ୍କୁ ବାଦ ଦିଆଯାଇଛି। ସେ ସମାଜ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ଜୀବନରେ ଅଂଶଗ୍ରହଣକାରୀ ହେବା ଠାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ସେମାନଙ୍କର ଆଜିର ଏସଫଳତା ସେ କୁଶ୍ଚିତ ଦୃଷ୍ଟିଭଙ୍ଗୀକୁ ବଦଳାଇବାରେ ସକ୍ଷମ ହୋଇପାରିବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି । ଉତୀର୍ଣ୍ଣ ହୋଇଥିବା ତୃତୀୟ ଲିଙ୍ଗର ପ୍ରାର୍ଥୀମାନେ ବେଶ ଖୁସି ଥିବା ସହ ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ବେଶ ପରିଶ୍ରମ କରିଥିବା କଥା ମଧ୍ୟ ସେମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details