ଓଡିଶା

odisha

By

Published : Dec 20, 2022, 8:58 AM IST

ETV Bharat / bharat

ଛାଡ଼ିନି FIFA ଫିଭର, ଆର୍ଜେଣ୍ଟିନା-ଫ୍ରାନ୍ସ ଜର୍ସି ପିନ୍ଧି ବିବାହ କଲେ ନବଦମ୍ପତି

ଫିଫା ବିଶ୍ବକପ ଶେଷ ହୋଇଛି । ଆର୍ଜେଣ୍ଟିନା ବିଜୟ ମୁକୁଟୁ ପିନ୍ଧିିଛି । ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି । ଜଣେ ନବବିବାହିତ ଯୋଡି ପ୍ରାନ୍ସ ଓ ଆର୍ଜେଣ୍ଟିନା ଫୁଟବଳ ଦଳର ଜର୍ସି ପିନ୍ଧି ବିବାହ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

couple marry in football team jersy
ଆର୍ଜେଣ୍ଟିନା-ଫ୍ରାନ୍ସ ଜର୍ସି ପିନ୍ଧି ବିବାହ କଲେ ନବଦମ୍ପତି

ଥିରୁଅନନ୍ତପୁରମ: ସାରା ବିଶ୍ବରେ ଅନେକ କ୍ରୀଡା ପ୍ରେମୀ ଅଛନ୍ତି । କିଏ କ୍ରିକେଟ ପ୍ରେମରେ ପାଗଳ ତ ପୁଣି କିଏ ହକି ତ ଆଉ କିଏ ଫୁଟବଲ । ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ଫୁଟବଲ ଫ୍ୟାନ୍ସ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । କତାରରେ ସଦ୍ୟତମ ଫୁଟବଲ ଫିଫା ବିଶ୍ବକପ ଶେଷ ହୋଇଛି । ରୋମାଞ୍ଚକର ଫାଇନାଲ ମୁକାବିଲାରେ ଫ୍ରାନ୍ସକୁ ହରାଇ ଚମ୍ପିଅନ ହୋଇଛି ଆର୍ଜେଣ୍ଟିନା । ଏନେଇ ସବୁଠି ସେଲିବ୍ରେସନ । କେରଳର ଜଣେ ଦମ୍ପତି ଏହି ରୋମାଞ୍ଚକୁ ଅନନ୍ୟ ରୂପରେ ପାଳିଛନ୍ତି । ଆର୍ଜେଣ୍ଟିନା ଓ ଫ୍ରାନ୍ସ ଜର୍ସି ପିନ୍ଧି ବିବାହ କରିଛନ୍ତି ଦମ୍ପତ୍ତି ( couple marry Wearing football team jersey ) । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ରବିବାର ଅର୍ଥାତ 18 ଡିସେମ୍ବରରେ ଫିଫା ବିଶ୍ବକପ ଫାଇନାଲ ମ୍ୟାଚ ଥିଲା । ଏହି ଦିନ କେରଳର ସଚିନ ଆର ଓ ଆର ଆଥିରାଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା । ବିବାହରେ ଦୁହେଁ ତାଙ୍କ ପ୍ରିୟ ଦଳକୁ ସମର୍ଥନ କରିବାରେ କୌଣସି ପ୍ରକାର ସାଲିସ କରିନଥିଲେ । ସଚିନ ଆର୍ଜେଣ୍ଟିନା ଦଳର ବଡ ଫ୍ୟାନ ହୋଇଥିବାବେଳେ ଆଥିରା ଫ୍ରାନ୍ସର ପ୍ରଶଂସକ । ଉଭୟ ନିଜ ପସନ୍ଦ ଦଳର ଜର୍ସି ପିନ୍ଧି ବିବାହ ମଣ୍ଡପରେ ବସିଥିବା ନଜର ଆସିଥିଲେ । ରବିବାର କତାର ଲୁସେଲ ଷ୍ଟାଡିୟମରେ ଫାଇନାଲ ମୁକାବିଲା ଚାଲିଥିବା ବେଳେ କୋଚିରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପାରମ୍ପରିକ ବିବାହ ପୋଷାକ, ଅଳଙ୍କାର ପିନ୍ଧିବା ସହ ଉଭୟ ପରସ୍ପର ପ୍ରିୟ ଦଳର ଜର୍ସି ପିନ୍ଧିଥିଲେ । ଆଥିରା କିନିଆନ ଏନବାପ୍ପେଙ୍କ ଜର୍ସି ପିନ୍ଧିଥିବାବେଳେ ସଚିନ ଲିଓନେଲ ମେସିଙ୍କ ଜର୍ସି ପିନ୍ଧିଥିଲେ ।

ଏହା ବି ପଢନ୍ତୁ...କଂଗ୍ରେସ ସାଂସଦଙ୍କ ଅଜବ ଯୁକ୍ତି, କହିଲେ ଆସାମରେ ଜନ୍ମ ହୋଇଥିଲେ ମେସି

ପ୍ରକାଶ ଥାଉ କି, ଫିଫା ବିଶ୍ବକପ ଫାଇନାଲରେ ବାଜି ମାରି ନେଇଛି ଆର୍ଜେଣ୍ଟିନା । ପେନାଲ୍ଚି ସୁଟଆଉଟରେ 4-2 ଗୋଲରେ ଫ୍ରାନ୍ସକୁ ହରାଇ ବିଜୟ ମୁକୁଟ ପିନ୍ଧିଛି ମେସିଙ୍କ ଆର୍ଜେଣ୍ଟିନା । ଦୀର୍ଘ 36 ବର୍ଷ ପରେ ଦଳର ସ୍ବପ୍ନ ପୁରଣ ହୋଇଛି । ତେବେ ସଚିନଙ୍କ ଦଳ ବିଜେତା ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ହୋଇଥିଲେ ।

ABOUT THE AUTHOR

...view details