ଗାନ୍ଧୀନଗର: ଗତ ଫେବୃୟାରୀରେ ଗୁଜୁରାଟର ସୁରଟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଏକତରଫା ପ୍ରେମରୁ 20 ବର୍ଷୀୟ ଫେନିଲ ଗୋୟାନୀ(Fenil Goyani) ନାମକ ଯୁବକ 21 ବର୍ଷୀୟା ଗ୍ରୀଷ୍ମା ୱେକରିଆ(Grishma Vekariya )ଙ୍କୁ ତାଙ୍କ ପରିବାର ସମ୍ମୁଖରେ ଗଳା କାଟି ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ହତ୍ୟାକାରୀ ଯୁବକକୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଗୁରୁବାର ସୁରଟର ସେସନ କୋର୍ଟ(Surat sessions court) ଗୋୟନୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ମାମଲାର ଶୁଣାଣି ସମୟରେ ନ୍ୟାୟାଳୟ ଦିଲ୍ଲୀ ନିର୍ଭୟା ହତ୍ୟାକାଣ୍ଡ ଏବଂ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀ ଅଜମଲ କସାବର ଉଦାହରଣ ଦେଇଥିଲେ ଏବଂ ଗ୍ରୀଷ୍ମା ହତ୍ୟାକାଣ୍ଡକୁ ଅତି ବିରଳ ବୋଲି କହିଥିଲେ ।
ବହୁ ଚର୍ଚ୍ଚିତ ଗ୍ରୀଷ୍ମା ୱେକାରିୟା ହତ୍ୟା ମାମଲା, ଫାଶୀରେ ଝୁଲିବ ହତ୍ୟାକାରୀ - ଏକତରଫା ପ୍ରେମରୁ ହତ୍ୟା
ଏକତରଫା ପ୍ରେମରୁ ସୁରଟର ଗ୍ରୀଷ୍ମା ୱେକାରିୟାଙ୍କୁ ଗଳା କାଟି ହତ୍ୟା ମାମଲା । ହତ୍ୟାକାରୀ ଯୁବକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ
ବିଚାରପତି ବିମଲ କନାଇୟାଲାଲ ବ୍ୟାସ( Judge Vimal Kanaiyalal Vyas) ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାର ଶୁଣାଣି କରିଥିଲେ ଏବଂ କହିଥିଲେ ଯେ, ''ମହିଳାଙ୍କ ବିରୁଦ୍ଧରେ ଏଭଳି ଜଘନ୍ୟ ଅପରାଧ ରୋକିବା ପାଇଁ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ । ଗୋୟାନୀ ଯେଉଁଭଳି ଭାବେ ଗ୍ରୀଷ୍ମାଙ୍କ ଗଳା କାଟିଥିଲା ତାହା କଂସେଇ କୌଣସି ପଶୁକୁ ହତ୍ୟା କରିବା ଭଳି ଥିଲା । ସେ ନିଜ 28 ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏଭଳି ମାମଲା ଦେଖି ନଥିଲେ । ଗ୍ରୀଷ୍ମୀଙ୍କ ଭାଗ୍ୟ 2012 ଦିଲ୍ଲୀ ଦୁଷ୍କର୍ମ ପୀଡିତା ଭଳି ଥିଲା'' ବୋଲି କହିଥିଲେ ବିଚାରପତି ।
ଉଲ୍ଲେଖଯୋଗ୍ୟ, ଫେବୃୟାରୀ 12 ତାରିଖରେ ସୁରଟର ପସୋଦରା(Pasodara area of Surat) ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । କଲେଜ ପଢୁଆ ଗ୍ରୀଷ୍ମା ଫେନିମ ଗୋୟାନୀଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ ସେ ତାଙ୍କ ପରିବାର ଓ ପଡୋଶୀଙ୍କ ଆଗରେ ତାଙ୍କୁ ଦୁଇଥର ଛୁରୀ ଭୂଷିବା ପରେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲା । ଗ୍ରୀଷ୍ମାଙ୍କ ଭାଇ ଓ ଦାଦା ତାଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଗୋୟାନୀ ଛୁରାମାଡ କରିଥିଲା । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସମୟର ଏକ ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା ।