ଓଡିଶା

odisha

By

Published : Jul 18, 2022, 10:24 PM IST

ETV Bharat / bharat

NEET Exam: ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବା ପାଇଁ ବାଧ୍ୟ କଲେ କଲେଜ କର୍ତ୍ତୁପକ୍ଷ ! ଥାନାରେ ମାମଲା

NEET ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବା ପାଇଁ ବାଧ୍ୟ କଲେ କଲେଜ କର୍ତ୍ତୃପକ୍ଷ । କେରଳରୁ ଆସିଛି ଅଭିଯୋଗ । ଥାନାର ଦ୍ବାରସ୍ଥ ହେଲେ ଛାତ୍ରୀ । ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

NEET examination: ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ପରିଧାନ ପାଇଁ ବାରଣ କରାଯାଇଥିବା ଅଭିଯୋଗ
NEET examination: ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ପରିଧାନ ପାଇଁ ବାରଣ କରାଯାଇଥିବା ଅଭିଯୋଗ

ଥିରୁଅନନ୍ତପୁରମ: କେରଳରେ NEET ପରୀକ୍ଷା ପାଇଁ ଆସିଥିବା ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବା ପାଇଁ କଲେଜ କର୍ତ୍ତୃପକ୍ଷ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । କୋଲାମ ଜିଲ୍ଲାରେ ଥିବା ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (Marthoma Institute of Information Technology)ର କର୍ତ୍ତୁପକ୍ଷ ବାଧ୍ୟତାମୂଳକ ଏପରି କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ମେଟାଲ ଡିଟେକସନରେ ସ୍କାନିଂ ପୂର୍ବରୁ ତାଙ୍କୁ ଏପରି କରିବାକୁ ବାଧ୍ୟ କରାଯାଇଥିବା ଓ ନକଲେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ନଦେବା ସଙ୍ଗୀନ ଭଳି ଅଭିଯୋଗ ଏବେ ସ୍ଥାନୀୟ ଅତିରିକ୍ତ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ।

ଗତକାଲି (17 ତାରିଖ) ଦେଶବ୍ୟାପୀ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ପରୀକ୍ଷା ହଲରେ ପ୍ରବେଶ କରିବା ପୂର୍ବରୁ ଚେକିଂ ବେଳେ ଏପରି କିଛି ନିୟମ ଲାଗୁ କରିବା ସହ ଛାତ୍ରୀମାନେ ଅନ୍ତଃବସ୍ତ୍ର ବାହାର କରି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ବାଧ୍ୟତାମୂଳକ କରିଥିଲେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ । ତେବେ ଏହାକୁ ବିରୋଧ କରାଯାଇଥିଲେ ସୁଦ୍ଧା କଲେଜ କର୍ତ୍ତୃପକ୍ଷ ନିଜ ଦାବିରେ ଅଟଳ ରହିବାରୁ ଛାତ୍ରୀମାନେ ଏପରି କରିବାକୁ ବାଧ୍ୟ ହୋଇଥଲେ । ତେବେ ଏପରି କରାଯିବାକୁ ବାଧ୍ୟ କରାଯିବା ଫଳରେ ସେମାନେ ସ୍ବାଭାବିକ ଭାବେ ପରୀକ୍ଷା ମଧ୍ୟ ଦେଇ ପାରିନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ।

ପୋଲିସ ଅଭିଯୋଗ ଗ୍ରହଣ କରିବା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଛି । ଅନ୍ୟପଟେ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଅସ୍ବୀକାର କରିବା ସହ ମିଥ୍ୟା ବୋଲି କହିଛନ୍ତି । ପରୀକ୍ଷା ହଲରେ ପର୍ବେଶ ପୂର୍ବରୁ ଚେକିଂ ଓ ବାୟୋମେଟ୍ରିକ ଯାଞ୍ଚ ଆଦି ପ୍ରକ୍ରିୟା ଏକ ଅନ୍ୟ ସଂସ୍ଥା ଦ୍ବାରା କରାଯାଇଥିବା ମଧ୍ୟ କଲେଜ କର୍ତ୍ତୁପକ୍ଷ କହିଛନ୍ତି । ତେବେ ଛାତ୍ରୀମାନଙ୍କ କ୍ଷେତ୍ରରେ ଏପରି ଅଶାଳୀନ ନିୟମ ଲାଗୁ କରିବା ଓ ବାଧ୍ୟ କରିବା ଘଟଣା ରାଜ୍ୟ ସମେତ ସମଗ୍ର ଦେଶରେ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details