ଓଡିଶା

odisha

By

Published : Jun 20, 2021, 9:43 AM IST

ETV Bharat / bharat

ଏନକାଉଣ୍ଟରରେ ମହିଳା ନକ୍ସଲ ମୃତ, ଅସ୍ତ୍ରଶସ୍ତ୍ର ଜବତ

ଶୁକ୍ରବାର ଛତିଶଗଡର ବସ୍ତର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରର ମହିଳା ନକ୍ସଲ କ୍ୟାଡର ମୃତ । ଅଧିକ ପଢନ୍ତୁ...

ଏନକାଉଣ୍ଟରରେ ମହିଳା ନକ୍ସଲ ମୃତ, ଅସ୍ତ୍ରଶସ୍ତ୍ର ଜବତ
ଏନକାଉଣ୍ଟରରେ ମହିଳା ନକ୍ସଲ ମୃତ, ଅସ୍ତ୍ରଶସ୍ତ୍ର ଜବତ

ରାୟପୁର: ଛତିଶଗଡର ବସ୍ତର ଜିଲ୍ଲାରୁ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର । ଶୁକ୍ରବାର ଦିନ ହୋଇଥିବା ଏନକାଉଣ୍ଟରରେ ମହିଳା ନକ୍ସଲ କ୍ୟାଡରଙ୍କ ମୃତ୍ୟୁ ହୋଇଥିବା ବେଳେ AK-47 ସହିତ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଆଇଜି ବସ୍ତର ପି ସୁନ୍ଦରରାଜଙ୍କ କହିବା ଅନୁଯାୟୀ ମୃତ ମହିଳା କ୍ୟାଡର ଜଣଙ୍କ ହେଉଛନ୍ତି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଡର୍ବା ଡିଭିଜନ୍ ଅଧୀନରେ ଥିବା PLGA ପ୍ଲାଟୁନ୍ ନଂ 24 ର ସଦସ୍ୟ ବୋଲି ଜଣାପଡିଛି । ସେ ନକ୍ସଲଙ୍କ କଙ୍ଗେରଘାଟି-କାଟେକାଲିଆନ୍ ଏରିଆ କମିଟିରେ ଡିଭିସି ସଦସ୍ୟଙ୍କୁ ସୁରକ୍ଷା ଦେବା କାର୍ଯ୍ୟ କରୁଥିଲେ। ଘଟଣାସ୍ଥଳରୁ ଦୁଇଟି ପିସ୍ତଲ,ଗୋଟିଏ ଦେଶ ନିର୍ମିତ ଅସ୍ତ୍ର ଏବଂ ବିପୁଳ ପରିମାଣର କ୍ୟାମ୍ପିଂ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି।

ସିପିଆଇ ମାଓବାଦୀ କ୍ୟାଡରଙ୍କ ଉପସ୍ଥିତି ବିଷୟରେ ଖବର ପାଇ ଶୁକ୍ରବାର ଦିନ ବସ୍ତର-ସୁକମା ଆନ୍ତ ଜିଲ୍ଲା ସୀମା ଅଞ୍ଚଳରେ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହା ପରେ ଏନକାଉଣ୍ଟର ହୋଇଥିଲା।ଚାନ୍ଦମେଟା-ପ୍ୟାରଭଟ ଜଙ୍ଗଲ ନିକଟରେ ବସ୍ତର ଜିଲ୍ଲା ରିଜର୍ଭ ଗାର୍ଡ ଦଳ ମଧ୍ୟରେ ସକାଳ 8 ଟାରେ ନିଆଁ ବିନିମୟ ହୋଇଥିଲା। ଏହି ଅପରେସନରେ ଡିଆଇଜି ବସ୍ତର, ଡିଆଇଜି ଦନ୍ତେଓ୍ବାଡା, ଜିଲ୍ଲା ପୋଲିସ ଫୋର୍ସ, CRPFର 80 ନଂ ଓ 227ନଂ ବାଟାଲିୟନ ଏଥିରେ ସାମିଲ ହୋଇଥିଲେ ।

@ANI

ABOUT THE AUTHOR

...view details