ଓଡିଶା

odisha

ETV Bharat / bharat

Kerala: ବରିଷ୍ଠ ଡାକ୍ତରଙ୍କ ବିରୋଧରେ ମହିଳା ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

କେରଳରେ ଅସଦାଚରଣର ଶିକାର ହେଲେ ମହିଳା ଡାକ୍ତର । ବରିଷ୍ଠ ଡାକ୍ତରଙ୍କ ବିରୋଧରେ ଆଣିଲେ ଏହି ସାଙ୍ଘାତିକ ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 1, 2023, 10:22 PM IST

ଥିରୁଅନନ୍ତପୁରମ: ବରିଷ୍ଠ ଡାକ୍ତରଙ୍କ ଦ୍ବାରା ଅସଦାଚରଣର ଶିକାର ହେଲେ ମହିଳା ଡାକ୍ତର । ଗତ ୨୦୧୯ ମସିହାରେ ମହିଳା ଡାକ୍ତର ଜଣକ ଏହି ଅସଦାଚରଣର ଶିକାର ହୋଇଥିବା ବେଳେ ଏବେ ମୁହଁ ଖୋଲିଛନ୍ତି । ବରିଷ୍ଠ ଡାକ୍ତର ଜଣକ ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । କେରଳ ଏର୍ଣ୍ଣାକୁଲମ ଜେନେରାଲ ହସ୍ପିଟାଲ ମହିଳା ଡାକ୍ତର ଜଣକ ଏହି ଘଟଣା ସମ୍ପର୍କରେ ନିଜ ବନ୍ଧୁଙ୍କ ସହିତ ସେୟାର କରିବା ପରେ ଏବେ ମୁହଁ ଖୋଲିଥିବା କହିଛନ୍ତି ।

ପୀଡ଼ିତାଙ୍କ କହିବା ଅନୁସାରେ ସେ ହାଉସ ସର୍ଜନସିପ୍‌ ସମୟରେ ଏହି ଅସଦାଚରଣର ଶିକାର ହୋଇଥିଲେ । ଅଭିଯୋଗ କଲେ କାଳେ ବରିଷ୍ଠ ଡାକ୍ତର ଜଣକ ତାଙ୍କୁ ସାର୍ଟିଫିକେଟ ଦେବେ ନାହିଁ, ଏହି ଭୟରେ ସେ ମୁହଁ ଖୋଲିନଥିଲେ । ହେଲେ ହାଉସ ସର୍ଜନସିପ୍‌ ଶେଷ ହେବା ପରେ ଏନେଇ ସେ ନିଜ ବନ୍ଧୁଙ୍କ ସହିତ ସେୟାର କରିଥିଲେ । ଏହାପରେ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ବରିଷ୍ଠ ଡାକ୍ତରଙ୍କ ବିରୋଧରେ ମହିଳା ଡାକ୍ତର ଜଣକ ଏହି ଅଭିଯୋଗ ଆଣିଛନ୍ତି ।

ଏହା ବି ପଢନ୍ତୁ- ସରକାରୀ ସେବାଶ୍ରମରେ ଲଜ୍ଜା: 6 ମାସର ଗର୍ଭବତୀ ଷଷ୍ଠ ଶ୍ରେଣୀ ଛାତ୍ରୀ!, ଅଜ୍ଞାତବାସରେ ପରିବାର ଓ ଶିକ୍ଷକ

ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଗଣମାଧ୍ୟମକୁ ଏହି ସୂଚନା ଦେବା ସମୟରେ କହିଛନ୍ତି ଯେ ପୀଡ଼ିତା ଜଣକ ଏକ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ପତ୍ରର ଏକ କପି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କୁ ପଠାଯାଇଛି । ପୀଡ଼ିତା ଜଣକ ଇ-ମେଲ ଆଧାରରେ ଏହି ଅଭିଯୋଗ କରିଛନ୍ତି । ଏହାସହିତ ପୀଡ଼ିତାଙ୍କ ଅଭିଯୋଗର ପତ୍ରକୁ ପୋଲିସକୁ ମଧ୍ୟ ପଠାଯାଇଛି । ୨୦୧୯ ମସିହା ଫେବୃଆରୀ ମାସରେ ମହିଳା ଡାକ୍ତରଙ୍କ ସହିତ ଏହି ଘଟଣା ଘଟିଥିଲା ।

ଏ ନେଇ ପୀଡ଼ିତା ଜଣକ କହିଛନ୍ତି, "ଏହି ଘଟଣା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମୁଁ ମୌଖିକ ଭାବରେ ଜଣାଇଥିଲି, ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଯେହେତୁ ଅଭିଯୁକ୍ତ ଜଣକ ବରିଷ୍ଠ ମେଡିକାଲ ଅଫିସର ଥିଲେ, କାଳେ ମୋତେ ଇଣ୍ଟର୍ନସିପ ସାର୍ଟିଫିକେଟ ମିଳିବ ନାହିଁ, ସେହି ଭୟରେ ବାଧ୍ୟ ହୋଇ ମୋତେ ଚୁପ ରହିବାକୁ ପଡ଼ିଥିଲା । ସେହି ସମୟରେ ପୋଲିସ ଷ୍ଟେସନରେ ମୁଁ ଅଭିଯୋଗ କରିନଥିଲି । ଏବେ ଅଭିଯୁକ୍ତ ଡାକ୍ତର ଜଣକ ଏହି ହସ୍ପିଟାଲରୁ ଟ୍ରାନ୍ସଫର ହୋଇଥିବାରୁ ମୁଁ ଏହି ଅଭିଯୋଗ ଆଣିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details