ଲକ୍ଷ୍ନୌ:ହସ୍ପିଟାଲ ବେଡ ପାଇଁ ଗଲା ରୋଗୀଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସାହାଜାନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୃତକ ଜଣକ ହେଉଛନ୍ତି ହଂନଶୁମାନ । ସୂଚନା ଅନୁସାରେ, ଅବଦୁଲ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଶନିବାର ଦିନ ଭର୍ତ୍ତି ହୋଇଥିଲେ । ଯେତେବେଳେ ସେ ଶୌଚାଳୟ ଯାଇଥିଲେ ସେହି ସମୟରେ ତାଙ୍କ ବେଡ ଉପରେ ଅନ୍ୟ ଜଣେ ରୋଗୀ ହଂନଶୁମାନ ଶୋଇଯାଇଥିବା ଦେଖିବାକୁ ମିଳିଥିଲା ।
ହସ୍ପିଟାଲ ବେଡ ପାଇଁ ମାରପିଟ୍, ଚାଲିଗଲା ରୋଗୀଙ୍କ ଜୀବନ - ବେଡ ପାଇଁ ଗଲା ରୋଗୀଙ୍କ ଜୀବନ
ମେଡିକାଲ ବେଡ ପାଇଁ ଗଲା ରୋଗୀଙ୍କ ଜୀବନ । ସାହାଜାନପୁରରୁ ଆସିଛି ଅଭିଯୋଗ । ପୋଲିସର ତଦନ୍ତ ଜାରି। ଅଧିକ ପଢନ୍ତୁ...

ମେଡିକାଲରେ ବେଡ ପାଇଁ ଗଲା ରୋଗୀଙ୍କ ଜୀବନ
ଯାହାକୁ ନେଇ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ଆରମ୍ଭ ହୋଇଯାଇଥିଲା । ଫଳରେ ପରିସ୍ଥିତି ଏପରି ହୋଇଥିଲା ଯେ, ରେହେମାନ ହଂନଶୁମାନଙ୍କୁ ଅବଦୁଲ ତଳେ କଚାଡି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମେଡିକାଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ଅଧିତ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ