ଓଡିଶା

odisha

ETV Bharat / bharat

କୋରୋନା ଡର: 15 ମାସ ଘରେ ନିଜକୁ ତାଲା ପକାଇ ରହିଲେ ପୁରା ପରିବାର

କୋରୋନା ଭୟରେ ଦୀର୍ଘ ୧୫ ମାସ ହେଲା ଘରୁ ନବାହାରି ନିଜକୁ ତାଲା ପକାଇ ରଖିଥିଲେ ଆନ୍ଧ୍ରପ୍ରଦେଶର ଏକ ପରିବାର । ଅଧିକ ପଢନ୍ତୁ...

କୋରୋନା ଭୟରେ ଦିର୍ଘ ୧୫ ମାସ ନିଜକୁ ବନ୍ଦ କରି ରଖିଥିଲେ ଆନ୍ଧ୍ରପ୍ରଦେଶର ଏକ ପରିବାର
କୋରୋନା ଭୟରେ ଦିର୍ଘ ୧୫ ମାସ ନିଜକୁ ବନ୍ଦ କରି ରଖିଥିଲେ ଆନ୍ଧ୍ରପ୍ରଦେଶର ଏକ ପରିବାର

By

Published : Jul 22, 2021, 11:30 AM IST

ଅମରାବତୀ:ଭୟଙ୍କର ମହାମାରୀ କୋରୋନା । କୋରୋନାର ଭୟ ଏତେ ଯେ ଦୀର୍ଘ ୧୫ ମାସ ହେଲା ଘରୁ ନବାହାରି ନିଜକୁ ତାଲା ପକାଇ ରଖିଥିଲେ ଆନ୍ଧ୍ରପ୍ରଦେଶର ଏକ ପରିବାର । ଗତକାଲି ଏହି ପରିବାରକୁ ଉଦ୍ଧାର କରିଛି ଆନ୍ଧ୍ର ପୋଲିସ । ଏନେଇ ଆନ୍ଧ୍ରପ୍ରଦେଶର କାଦାଲି ଗ୍ରାମର ସରପଞ୍ଚ ସୂଚନାଦେଇ କହିଛନ୍ତି ଯେ କୋରୋନା ଭୟରେ ଗ୍ରାମର ଚଟ୍ଟୁଗାଲା ବେନିଙ୍କ ପରିବାର, ତାଙ୍କ ପତ୍ନୀ ଏବଂ ଦୁଇ ପିଲା ପ୍ରାୟ 15 ମାସ ହେଲା ଘରେ ତାଲାପକାଇ ନିଜକୁ ବନ୍ଦୀ କରି ରଖିଥିଲେ । ଯେତେବେଳେ ଗ୍ରାମର ଜଣେ ସ୍ବେଚ୍ଛାସେବୀ ସରକାରୀ ପ୍ଲଟ ପାଇଁ ଆଙ୍ଗୁଠି ଛାପ ଆଣିବାକୁ ଯାଇଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।

ମିଳିଥିବା ସୂଚନା ଅନୁଯାଇ, ସ୍ବଚ୍ଛାସେବୀ ଜଣଙ୍କ ଚଟ୍ଟୁଗାଲା ବେନିଙ୍କ ଘରକୁ ଆଙ୍ଗୁଛି ଛାପ ପାଇଁ ଯାଇଥିଲେ । ଯେତେବେଳେ ଘର ସମ୍ମୁଖରେ ଛିଡା ହୋଇ ସେମାନଙ୍କୁ ଡାକିଥିଲେ ସେମାନେ ବାହାରକୁ ଆସିଲେ ମରିବେ ବୋଲି କହି ବାହାରକୁ ଆସିନଥିଲେ । ଏହା ପରେ ସ୍ବେଚ୍ଛାସେବୀ ଜଣଙ୍କ ଏନେଇ ସେ ଗ୍ରାମର ସରପଞ୍ଚକୁ ଜଣାଇଥିଲେ । ତେବେ ଏହି ଘଟଣା ଜାଣିବା ପରେ ସରପଞ୍ଚ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ରାଜୋଲ ସବ୍ ଇନ୍ସପେକ୍ଟର କୃଷ୍ଣମାଚରୀ ଏବଂ ତାଙ୍କ ଉକ୍ତ ସ୍ଥାନକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ସେମାନେ ବାହାରକୁ ଆସିବା ପରେ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା ।

ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ଯଦି ଆଉ ୨ କି ୩ ମାସ ଏପରି ନିଜକୁ ବନ୍ଦୀ କରି ରଖିଥାନ୍ତେ ତେବେ ଏହି ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଥାନ୍ତା ବୋଲି ସରପଞ୍ଚ କହିଛନ୍ତି । ତେବେ ତାଙ୍କ ପଡୋଶୀଙ୍କର କୋରୋନାରେ ମୃତ୍ୟୁ ହେବାରୁ ସେମାନେ ଏପରି ପନ୍ଥା ଆପଣାଇଥିବା ଜଣାପଡିଛି ।

@ANI

ABOUT THE AUTHOR

...view details