ହାଇଦ୍ରାବାଦ:AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଆକ୍ରମଣ ଆଶଙ୍କା । ଓଓ୍ବେସୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଡୋରରେ ଦୁଇଟି ଗ୍ଲାସ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିବା ପରେ ଏପରି ଆଶଙ୍କା ସମ୍ପର୍କରେ ପୋଲିସକୁ ଅବଗତ କରାଯାଇଥିବା ସୂଚନା ମିଳିଛି । ଗତକାଲି (ରବିବାର) ରାଜଧାନୀ ଦିଲ୍ଲୀର ଅଶୋକା ରୋଡରେ ଥିବା ଆସାଦୁଦ୍ଦିନ ଓଓ୍ବେସୀଙ୍କ ସରକାରୀ ବଙ୍ଗଳାରେ ଡୋରର ଲାଗିଥିବା ଦୁଇଟି କାଚର ଭଙ୍ଗିଥିବା ଦେଖିବାକୁ ମିଳିଥିଲା । ଏହା ପରେ ବାସଭବନରେ କାର୍ଯ୍ୟରତ ଥିବା କିଛି କର୍ମଚାରୀ ପୋଲିସରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ ସୁରକ୍ଷା ଯୋଗାଇଛି । ତେବେ ଏହା କିପରି ହେଲା ତାହା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ପୂର୍ବରୁ ଥରେ ଗୁଳିମାଡର ଶିକାର ହୋଇଥିବା ଓବେସୀଙ୍କ କ୍ଷେତ୍ରରେ ପୋଲିସ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇଛି ।
ପୂର୍ବରୁ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ହୋଇଥିଲା । ଉତ୍ତର ପ୍ରଦେଶ ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ହୋଇଥିଲା । ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଗସ୍ତ ସମୟରେ ତାଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା । ପ୍ରାୟ ୩ ରୁ ୪ ରାଉଣ୍ଡ ଗୁଳି ଫାଏରିଂ ହୋଇଥିବା ବେଳେ ଓଓ୍ବେସୀ ସୁରକ୍ଷିତ ଥିଲେ । ଘଟଣାରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଫରଓ୍ବାର୍ଡ କରିଥିଲା ପୋଲିସ । ସଂସଦରେ ମଧ୍ୟ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିବୃତ୍ତି ରଖିଥିବାବେଳେ ଓଓ୍ବେସୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ କହିଥିଲେ । ଓଓ୍ବେସୀ କିନ୍ତୁ ସୁରକ୍ଷା ଗ୍ରହଣ କରିନଥିଲେ । ଆଜି ଏହି ଘଟଣାରେ ଚାର୍ଜସିଟ ଦାଖଲ କରିଛି ପୋଲିସ ।