ଓଡିଶା

odisha

ETV Bharat / bharat

୬ ମାସର ଶିଶୁକୁ ଧରି ଟ୍ରେନ ଆଗରେ ଠିଆ ହୋଇପଡ଼ିଲେ ବାପା, ତାପରେ

ପୁଅକୁ ସୁସ୍ଥ କରିବା ପାଇଁ ବାପାଙ୍କ ଅଜବ ପଦକ୍ଷେପ । ୬ ମାସର ଶିଶୁକୁ ଧରି ଟ୍ରେନ ଆଗରେ ଠିଆ ହୋଇପଡ଼ିଲେ ବାପା । ଅଧିକ ପଢ଼ନ୍ତୁ

father stood in front of train with child in unnao Uttar Pradesh
୬ ମାସର ଶିଶୁକୁ ଧରି ଟ୍ରେନ ଆଗରେ ଠିଆ ହୋଇପଡ଼ିଲେ ବାପା, ତାପରେ

By

Published : Aug 17, 2022, 10:10 PM IST

ଲକ୍ଷ୍ନୌ: ଆଜିର ବିଜ୍ଞାନ ଯୁଗରେ ବି ବଞ୍ଚି ରହିଛି ଅନ୍ଧବିଶ୍ବାସ (Superstition) । ଚିକିତ୍ସା ପରିବର୍ତ୍ତେ ଲୋକେ ଏହା ଉପରେ ବିଶ୍ବାସ ରଖିଛନ୍ତି । ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଅନ୍ଧବିଶ୍ବାସର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପୁଅର ଶ୍ରବଣଶକ୍ତି ଫେରାଇ ଆଣିବାକୁ ଚଳନ୍ତା ଟ୍ରେନ ଆଗରେ ଠିଆ ହୋଇପଡ଼ିଲେ ବାପା (father stood in front of train with child in unnao) । ଟ୍ରେନର ହର୍ଣ୍ଣ ଦ୍ବାରା ପୁଅର ବଧିରତାକୁ ଠିକ କରିବା ପାଇଁ ବାପା ଏଭଳି ଏକ ବିପଦଜନକ ପଦକ୍ଷେପ ଉଠାଇଥିଲେ ।

ସୂଚନା ମୁତାବକ, ବାଙ୍ଗରମଉ ତହସିଲ ଅନ୍ତର୍ଗତ ଗଞ୍ଜ ମୁରାଦାବାଦ ନିକଟରେ ଥିବା ଏକ ରେଳଟ୍ରାକ ଉପରେ ଜଣେ ବାପା ନିଜ ୬ ମାସର ପୁଅକୁ କୋଳରେ ଧରି ଟ୍ରେନ ଆଗରେ ଠିଆହୋଇଯାଇଥିଲେ । ଶିଶୁଟି ଶ୍ରବଣ ଶକ୍ତି ଜନିତ ରୋଗରେ ପୀଡ଼ିତ ଥିବାରୁ ଟ୍ରେନର ହର୍ଣ୍ଣ ଶୁଣାଇବାକୁ ଏଭଳି ପଦକ୍ଷେପ ନେଇଥିଲେ । ତାଙ୍କର ବିଶ୍ବାସ ଥିଲା ଯେ, ହର୍ଣ୍ଣ ଶୁଣିଲେ ପୁଅ ଠିକ ହୋଇଯିବା ଏହାକୁ ଦେଖି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଟ୍ରେନ ଡ୍ରାଇଭର ଏବଂ ସେଠାରେ ଉପସ୍ଥିତ ଥିବା ଲୋକେ ଅନେକ ବୁଝାଇଥିଲେ ମଧ୍ୟ ସେ ସେଠାରୁ ହଟିବାକୁ ରାଜି ନଥିଲେ । ଏହାପରେ ଡ୍ରାଇଭର ବାଧ୍ୟ ହୋଇ ହର୍ଣ୍ଣ ମାରିଥିଲେ ଏବଂ ଟ୍ରାକ ଉପରୁ ଉଠିଥିଲେ ।

ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଟ୍ରେନ ଶବ୍ଦ ଶୁଣିଲେ ପୁଅ ସୁସ୍ଥ ହୋଇଯିବ ବୋଲି କେହି ତାଙ୍କୁ କହିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details