ଭୋପାଳ: ସୀମା ଟପିଲା ନୃଶଂସତା । ମଣିଷ ରକ୍ତରେ ହୋଲି ଖେଳିଲା ନିଷ୍ଠୁର ମଣିଷ । ଟଙ୍କା ମାଗିବାରୁ ନିଜର କର୍ମଚାରୀକୁ ହତ୍ୟା କରି ୪୦୦ ଖଣ୍ଡ କରିଦେଲେ ବାପା-ପୁଅ । ମଧ୍ୟପ୍ରଦେଶର ଗ୍ବାଲିୟରରେ ଘଟିଥିବା ଏହି ଲୋମହର୍ଷଣକାରୀ କାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଦୁଇ ଜଣ ବାପ ଓ ପୁଅ ମିଶି ଯୁବକଙ୍କୁ ହତ୍ୟା କରିବା ପରେ କୁକୁଡା କଟିବା ଭଳି ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଇଛନ୍ତି । ତେବେ ଡ୍ରେନ ଭିତରୁ ମୃତ ଯୁବକଙ୍କ ଶରୀରର ଅଙ୍ଗ ମିଳିବା ପରେ ଘଟଣା ଉପରୁ ପରଦା ଉଠିଛି । ପୋଲିସ ଅଭିଯୁକ୍ତ ବାପ-ପୁଅକୁ ଗିରଫ କରିନେଇଛି ।
ସୂଚନା ମୁତାବକ, ମୃତ ଯୁବକ ହେଲେ ରାଜୁ ଖାନ । ସେ ଜନକଗଞ୍ଜ ଅଞ୍ଚଳର ନଜିମ ଖାନ ନାମକ ଯୁବକଙ୍କ ବାପା ପାଖରେ କାମ କରୁଥିଲେ । ସେପ୍ଟେମ୍ବର ୨୧ ତାରିଖ ଦିନ କୌଣସି କାରଣକୁ ନେଇ ରାଜୁ ଓ ନଜିମ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହାପରେ ନଜିମର ବାପା କାଲ୍ଲୁ ଖାନ ରାଜୁଙ୍କୁ ଇସ୍ତଫା ଦେବାକୁ କହିଥିଲେ । ହେଲେ ଏହା ବଦଳରେ ୨୦ ହଜାର ଟଙ୍କା ଦାବି କରିଥିଲେ ରାଜୁ । ବାପ-ପୁଅ ମଧ୍ୟ ତାଙ୍କୁ ଟଙ୍କା ଦେବାକୁ ରାଜି ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ବ୍ରେକଅପ କରିବାକୁ କହିଲା ପ୍ରେମିକା, ବିଷ ପିଆଇ ଜୀବନ ନେଲା ପ୍ରେମିକ