ଲକ୍ଷ୍ନୌ:ନିଜ ଜନ୍ମିତ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା । ଏହା ଦେଖି ପୁଅ ବିରୋଧ କରିବାରୁ ତାକୁ ଗୁଳି କଲା । ଏପରି ଏକ ଲଜ୍ଜାଜନକ ଓ ଅଭାବନୀୟ ଘଟଣାର ଅଭିଯୋଗର ଉତ୍ତର ପ୍ରଦେଶ ଅଯୋଧ୍ୟା ଜିଲ୍ଲାରୁ ଆସିଛି । ଜଣେ ବାପା ନିଜ ଝିଅ ସହିତ ଏକ ଘୃଣ୍ୟ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲା । ସେତେବେଳେ କୌଣସି ପ୍ରକାର ତାର ପୁଅ ଏହା ଦେଖି ଭଉଣୀକୁ ବାପାର ପାଶବିକତାରୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲା । ହେଲେ ଏହାକୁ ବିରୋଧ କରିବାରୁ ବ୍ୟକ୍ତି ଜଣଙ୍କ ନିଜ ପୁଅକୁ ମଧ୍ୟ ଗୁଳି ଚଳାଇବାକୁ ପଛାଇ ନଥିଲେ । ଏଥିରେ ଯୁବକ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାର ସ୍ବାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି ।
ପୋଲିସର ସୂଚନାନୁସାରେ, ଗୋସାଇଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ଏକ ଗ୍ରାମରେ ରହୁଥିବା ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଛି । ତାଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ଗତ ରବିବାର ରାତିର ଏହି ବ୍ୟକ୍ତିଜଣକ ନିଜର ଦୁଇ ଝିଅଙ୍କ ମଧ୍ୟରୁ ଜଣକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା । ହେଲେ ସେ ଚିତ୍କାର କରିବାରୁ ବ୍ୟକ୍ତି ଜଣଙ୍କର ପୁଅ ମଧ୍ୟ ଉଠିଆସିଥିଲେ । ସେ ତାର ବାପାକୁ ଏପରି କରିବା ପାଇଁ ବାଧା ଦେଇଥିଲା । ବ୍ୟକ୍ତିଜଣଙ୍କ ଏଥିରେ ଉତକ୍ଷିପ୍ତ ହୋଇ ନିଜ ବନ୍ଧୁକରୁ ପୁଅ ଉପରେ ଗୁଳିମାଡ କରିଥିଲେ । ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ମଧ୍ୟ ହୋଇଯାଇଥିଲା । ବାପାର ଗୁଳିମାଡର ଶିକାର ହୋଇଥିବା ପୁଅକୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ଟ୍ରମା କେୟାରକୁ ରେଫର୍ କରାଯାଇଛି । ଅନ୍ୟପକ୍ଷରେ, ସୁଯୋଗ ପାଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ।