ଓଡିଶା

odisha

ETV Bharat / bharat

ରକ୍ତସମ୍ପର୍କରେ କଳଙ୍କ ! ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ

ଉତ୍ତର ପ୍ରଦେଶ କୌସାମ୍ବି ଜିଲ୍ଲାରେ 13 ବର୍ଷୀୟା ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ । ଥାନାରେ ମାମଲା ପରେ ଅଭିଯୁକ୍ତ ବାପା ଗିରଫ । ତଦନ୍ତ ଜାରି । ଅଧିକ ପଢନ୍ତୁ

ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା !
ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା !

By

Published : Apr 20, 2022, 7:41 AM IST

ଲକ୍ଷ୍ନୌ:ଉତ୍ତର ପ୍ରଦେଶ କୌସାମ୍ବି ଜିଲ୍ଲାରେ ଲଜ୍ଜା । ନିଜ ନାବାଳିକା ଝିଅକୁୁ ବାପା ଦୁଷ୍କର୍ମ କରିିଥିବା ପରି ସଙ୍ଗୀନ ଅଭିଯୋଗ ଆସିଛି । ପୀଡିତା ନାବାଳିକାର ଭାଇର ଅଭିଯୋଗ କ୍ରମେ ପୋଲିିସ ଏକ ମାମଲା ରଜୁ କରି ଅଭିଯୁକ୍ତ ବାପାକୁ ଗିରଫ କରିଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ, ଚାରଭା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ 13 ବର୍ଷୀୟା ନାବାଳିକା ନିଜ ବାପା ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାର ଭାଇ ଅଭିଯୋଗ କରିଥିଲେ । ପୂର୍ବରୁ ମଧ୍ୟ ଅଭିଯୁକ୍ତଜଣଙ୍କ ନିଜ ବଡ ଝିଅକୁ ଏକାଧିକ ଥର ଦୁଷ୍କର୍ମ କରିଥିଲେ ସୁଦ୍ଧା ଭୟରେ କାହାକୁ କହିନଥିଲେ । ପରେ ବଡ ଭଉଣୀକୁ ପରିବାର ଲୋକ ସମ୍ପର୍କୀୟ ଘରକୁ ପଠାଇ ଦେଇଥିବା ବେଳେ ସାନ ଝିଅକୁ ଲୋଲୁପ ଦୃଷ୍ଟି ପକାଇଥିଲା ବାପା ।

ବାପା ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ 13 ବର୍ଷୀୟା ସାନ ଝିିଅ କୁକର୍ମ ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରିବା ପରେ ମାମଲା ଥାନାରେ ପହଞ୍ଚିଥିଲା । ଏତଲା ଆଧାରରେ ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି । ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବା ସହ ବୟାନ ରେକର୍ଡ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଥିବା ମଧ୍ୟ ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details