ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ବଢୁଛି ବୁଲଡୋଜରର ଲୋକପ୍ରିୟତା । ବିବାହରେ ଯୌତୁକ ଭାବେ ବରକୁ ବୁଲଡୋଜର ଉପହାର ଦେଲେ ଶ୍ବଶୁର ଘର ଲୋକେ(Hamirpur groom got bulldozer as dowry) । ବରଙ୍କୁ ବୁଲଡୋଜର ଉପହାର ଦିଆଯାଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶରେ ଯୌତୁକ ଭାବେ ବୁଲଡୋଜର ଦିଆଯିବା ଏହା ପ୍ରଥମ ଘଟଣା ।
ବିକାଶ ବ୍ଲକ ଦେଓଗାଁରୁ ସାମ୍ନାକୁ ଆସିଛି ଏପରି ଘଟଣା । ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ପର୍ଶୁରାମ ତାଙ୍କ ଝିଅ ନେହାର ବିବାହ ସମୟରେ ବରକୁ ଏପରି ଉପହାର ଦେଇଛନ୍ତି । ଗତ ଡିସେମ୍ବର ୧୫ ତାରିଖରେ ସୋଖର ନିବାସୀ ଭାରତୀୟ ନୌସେନାରେ ଚାକିରି କରୁଥିବା ଯୋଗେନ୍ଦ୍ରଙ୍କ ସହ ନେହାଙ୍କର ବିବାହ ହୋଇଥିଲା । ସୁମେରପୁରର ଏକ ଗେଷ୍ଟ ହାଇଉସରେ ବିବାହର ଆୟୋଜନ କରାଯାଇଥିଲା । ଏଠାରେ କନ୍ୟାଙ୍କ ବାପା ଅବସରପ୍ରାପ୍ତ ସେନା କର୍ମଚାରୀ ପର୍ଶୁରାମ ଦାମି କାର ବଦଳରେ ବରଙ୍କୁ ବୁଲଡୋଜର ଯୌତୁକ ଆକାରରେ ଦେଇଥିଲେ ।