ବେଙ୍ଗାଲୁରୁ:କଳହ ଉଜାଡି ଦେଲା ପରିବାର । ପାରିବାରିକ କଳହରୁ ଗୋଟିଏ ପରିବାରର 3ଜଣଙ୍କର ମୃତ୍ୟୁ ହୋଇଛି ।କର୍ଣ୍ଣାଟକରୁ ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରାଇଚୁର ଜିଲ୍ଲାରେ ଘଟିଛି ଘଟଣା । ଦୁଇ ପିଲାଙ୍କ ସହ ନଦୀରେ ଭାସି ଯିବାରୁ ଗୋଟିଏ ପରିବାର 3 ଜଣଙ୍କରେ ଅକାଳରେ ମୃତ୍ୟୁ ହୋଇଛି । ବୋହୂକୁ ବଞ୍ଚାଇବାକୁ ଯାଇ ଶ୍ବଶୁର ଦୁଇ ପିଲା ସହ ଭାସି ଯାଇଥିବା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି ।
ଏହା ବି ପଢନ୍ତୁ...Karnataka Rain: କର୍ଣ୍ଣାଟକରେ ବର୍ଷା ବିତ୍ପାତ, ବିଭିନ୍ନ ସ୍ଥାନରେ 7 ମୃତ
ରାଇଚୁର ଜିଲ୍ଲା ସିରୱାର ସହରରେ ଦୁଇ ପିଲାଙ୍କ ସହ ବାପା ଭାସି ଯାଇଥିବା ଭଳି ଖବର ସାମ୍ନାକୁ ଆସିଛି । ବୋହୂକୁ ବଞ୍ଚାଇବାକୁ ଯାଇ ଶ୍ବଶୁର ଦୁଇ ପିଲାଙ୍କ ସହ ନଦୀରେ ଭାସି ଯାଇଥିଲେ । ମୃତକ ହେଲେ ସିରୱାର ଟାଉନ ଲାକ୍କାଦିନୀ ଗାଁର 60 ବର୍ଷୀୟ ମୁଡୁକାପ୍ପା, 23 ବର୍ଷୀୟ ଶିବୁ ମୁକୁକାପ୍ପା ଓ 20 ବର୍ଷୀୟ ବସଭାରାଜ ମୁଡୁକପ୍ପା । ମୁଡୁକାପ୍ପାଙ୍କ ଦୁଇ ପୁଅ । ତାଙ୍କ ସାନ ପୁଅ ବସଭାରାଜ ମୁଡୁକପ୍ପା କିଛି ମାସ ହେବ ମୟାମ୍ମାଙ୍କୁ ପ୍ରେମ ବିବାହ କରିଥିଲେ । ଗତକାଲି (ସୋମବାର) ଟଙ୍କା ପଇସାକୁ ନେଇ ମୁଡକପ୍ପା ଓ ତାଙ୍କ ସାନପୁଅ ମଧ୍ୟରେ ଝଗଡା ହୋଇଥିଲା । ଏହା ପରେ ବୋହୂ ନଦୀକୁ ଡେଇଁ ପଡିଥିଲା । ଏହି ସମୟରେ ଶ୍ବଶୁର ବୋହୂକୁ ବଞ୍ଚାଇବାକୁ ନଦୀକୁ ଡେଇଁ ପଡିଥିଲେ । ବୋହୂ ବଞ୍ଚି ଯାଇଥିଲା । ମାତ୍ର ଦୁଇ ଭାଇ ମଧ୍ୟରେ ଝଗଡା ଲାଗିଥିଲା ଫଳରେ ସେମାନେ ଦୁହେଁ ନଦୀକୁ ଡେଇଁ ପଡିଥିଲେ । କେହି ପହଁରିବା ଶିଖି ନଥିଲେ । ସେମାନଙ୍କୁ ବଞ୍ଚାଇବାକୁ ବାପା ମୁଡୁକାପ୍ପା ନଦୀକୁ ଡେଇଁ ପଡିଥିଲେ ମାତ୍ର ନଦୀର ଗଭୀର ପାଣିରୁ ସେମାନେ ଆଉ ଫେରି ନଥିଲେ । ଅକାଳରେ ଗୋଟିଏ ପରିବାରର 3ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏହା ବି ପଢନ୍ତୁ...ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲା ମିଗ-29 ବିମାନ, ଉଡାଣ ବେଳେ ଖସିପଡିଲା ଅତିରିକ୍ତ ଇନ୍ଧନ ଟାଙ୍କି
ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ 3ଜଣଙ୍କର ମୃତଦେହ ଉଦ୍ଧାର କରିଥିଲା ଉଦ୍ଧାରକାରୀ ଦଳ । ଘଟଣା ନେଇ ସିରୱାର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ନିକଟରେ ଗୁଜୁରାଟର ଗୋଟିଏ ପରିବାରର 4 ଜଣ ଲୋକ ନଦୀରେ ଭାସି ଯିବାକୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ଦୁଇଜଣ ଶିଶୁ ଥିଲେ ।