ଓଡିଶା

odisha

ETV Bharat / bharat

Child Body in Bag: ମିଳିଲାନି ଆମ୍ବୁଲାନ୍ସ, ମୃତ ଶିଶୁକୁ ବ୍ୟାଗରେ ପୁରାଇ ଘରକୁ ଆଣିଲା ପିତା

ମିଳିଲାନି ଆମ୍ବୁଲାନ୍ସ । ମୃତ ଶିଶୁକୁ ଶେଷରେ ବ୍ୟାଗରେ ଭର୍ତ୍ତି କରି ବସରେ ଘରକୁ ଆସିଲା ଅସହାୟ ପିତା । ଏଭଳି ଘଟଣା ପଶ୍ଚିମବଙ୍ଗ କାଳିଆଗଞ୍ଜଠାରେ ଦେଖିବାକୁ ମିଳି ଛି। ଅଧିକ ପଢନ୍ତୁ

By

Published : May 14, 2023, 10:19 PM IST

Etv Bharat
Etv Bharat

କୋଲକାତା: ପଶ୍ଚିମବଙ୍ଗ କାଳିଆଗଞ୍ଜ ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲରେ ଆମ୍ବୁଲାନ୍ସ ନ ମିଳିବାରୁ ଏକ ବ୍ୟାଗରେ ମୃତ ଶିଶୁକୁ ଭର୍ତ୍ତି କରି ଘରକୁ ଆଣିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ କରିଛି ବିଜେପି । ଗରିବ ଶ୍ରେଣୀର ବ୍ୟକ୍ତି ଯଦି ରାଜ୍ୟରେ ଏପରି ଅସୁବିଧାର ସମ୍ମୁଖୀନ ହେଉଛି, ତେବେ ଏଠାରେ ସରକାର କାମ କରୁଛି ନା ଅଚଳ ବୋଲି ବିଜେପି ନେତା ଗୌରାଙ୍ଗ ଦାସ ପ୍ରଶ୍ନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କାଳିଆଗଞ୍ଜ ବ୍ଲକ ମୁସ୍ତାଫନଗରର ଅଞ୍ଚଳର ଅଧିବାସୀ ଆସିମ ଦେବଶର୍ମାଙ୍କ ପତ୍ନୀ ନିକଟରେ 2 ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ଶିଶୁ ଜନ୍ମ ନେବାର 5 ମାସ ପରେ ଉଭୟ ଅସୁସ୍ଥ ହୋଇପଡିଥିଲେ । ଏହାପରେ କାଳିଆଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଏଠାରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଉଭୟଙ୍କୁ ସିଲିଗୁଡ଼ି ମେଡିକାଲ କଲେଜକୁ ଗତ ବୁଧବାର ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଜଣେ ଶିଶୁର ସୁସ୍ଥ ହେବା ପରେ ଗୁରୁବାର ତାକୁ ଡିସଚାର୍ଜ କରାଯାଇଥିଲା । ଏହାପରେ ଆସିମଙ୍କ ପତ୍ନୀ ସୁସ୍ଥ ଶିଶୁକୁ ନେଇ କାଳିଆଗଞ୍ଜ ଫେରିଥିଲେ।

ଏହା ବି ପଢନ୍ତୁ-କାକିନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା 6 ମହିଳାଙ୍କ ଜୀବନ

ମାତ୍ର ଅନ୍ୟ ଅସୁସ୍ଥ ଥିବା ଶିଶୁ ସହିତ ଆସିମ ହସ୍ପିଟାଲରେ ରହିଥିଲେ । ହେଲେ ଗତ ଶନିବାର ଶିଶୁଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହାପରେ ମୃତ ଶିଶୁକୁ କାଳିଆଗଞ୍ଜ ନିଜ ଘରକୁ ଆଣିବା ଲାଗି ସେ ହସ୍ପିଟାଲ କର୍ମଚାରୀଙ୍କୁ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ଲାଗି କହିଥିଲେ । ମାତ୍ର ଆମ୍ବୁଲାନ୍ସ ଲାଗି 8000 ଟଙ୍କା ମାଗିଥିଲା ଡ୍ରାଇଭର । 2 ଶିଶୁଙ୍କୁ ଚିକିତ୍ସା କ୍ଷେତ୍ରରେ ଆସିମ ପୂର୍ବରୁ 16 ହଜାର ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ 8ହଜାର ଟଙ୍କା ଦେବାକୁ ସେ ଅକ୍ଷମ ଥିଲେ । ଅର୍ଥ ଯୋଗାଡ଼ ନକରିବାରୁ ଆମ୍ବୁଲାନ୍ସ ଆସିବାକୁ ମନା କରିଥିଲା ।

ଏହାପରେ ମୃତ ଶିଶୁକୁ ସେ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ରବିବାର ସକାଳ 5ଟାରେ ସେ ସିଲିଗୁଡିରୁ ରାଇଗଞ୍ଜ ପର୍ଯ୍ୟନ୍ତ ବସ୍‌ରେ ଆସିଥିଲେ। ଏହାପରେ ସେ ରାଇଗଞ୍ଜରୁ କାଳିଆଗଞ୍ଜ ପର୍ଯ୍ୟନ୍ତ ଆସିଥିଲେ। ଏଠାରେ ପହଞ୍ଚିବା ପରେ ସେ ସମସ୍ତ ଘଟଣା ସ୍ଥାନୀୟ ବାସିନ୍ଦାକୁ କହିଥିଲେ। ଏହାପରେ ବିଜେପି ନେତା ଗୌରାଙ୍ଗ ଦାସଙ୍କ ସହାୟତାରେ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଥିଲା। ଏହାପରେ ମୃତ ଶିଶୁ ସହ ଘରେ ପହଞ୍ଚିଥିଲେ ଆସିମ । ତେବେ ଏହି ଘଟଣାକୁ ନେଇ ଗୌରାଙ୍ଗ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଗରିବ ଶ୍ରେଣୀର ବ୍ୟକ୍ତି ଏପରି ଅସୁବିଧାର ସମ୍ମୁଖୀନ ହେଉଛି, ତେବେ ଏଠାରେ ରାଜ୍ୟ ସରକାର କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ABOUT THE AUTHOR

...view details