ଓଡିଶା

odisha

ETV Bharat / bharat

3ବର୍ଷ ଧରି ନାବାଳିକା ଝିଅକୁ ବାପାର ଦୁଷ୍କର୍ମ, ସମର୍ଥନ କରୁଥିଲା ମା’ ! - ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ

ତିନି ବର୍ଷ ଧରି ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିଲା ଜନ୍ମକଲା ବାପା । ସବୁ ଜାଣି ମଧ୍ୟ ମା’ ସମର୍ଥନ କରୁଥିବା ଥାନାରେ ଅଭିଯୋଗ କଲା ପୀଡିତା ନାବାଳିକା । ଉଭୟ ପିତା-ମାତା ଗିରଫ । ଅଧିକ ପଢନ୍ତୁ

3ବର୍ଷ ଧରି ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ! ଅଭିଯୋଗ ପରେ ବାନ୍ଧିଲା ପୋଲିସ
3ବର୍ଷ ଧରି ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ! ଅଭିଯୋଗ ପରେ ବାନ୍ଧିଲା ପୋଲିସ

By

Published : Mar 1, 2023, 9:54 PM IST

ଚଣ୍ଡିଗଡ: ପିତା ସାଜିଲା ପିସାଚ । ଦୀର୍ଘ ବର୍ଷ ଧରି ନିଜ ନାବାଳିକା ଝିଅକୁ କରୁଥିଲା ଦୁଷ୍କର୍ମ । କେବଳ ଏତିକି ନୁହେଁ ବାପାର ଏହି କୁକର୍ମ ମା’କୁ ମଧ୍ୟ ଜଣାଥିଲା । ହେଲେ ସେ ଏହାକୁ ବିରୋଧ କରିବା ପରିବର୍ତ୍ତେ ସମର୍ଥନ କରିଆସୁଥିଲା । 3 ବର୍ଷ ପରେ ନାବାଳିକା ପୀଡିତା ଏବେ ଥାନାରେ ଦ୍ବାରସ୍ଥ ହୋଇ ନିଜ ବାପା-ମା’ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିବା ପରେ ସମ୍ପୃକ୍ତ ଅଭିଯୁକ୍ତ ବାପା-ମା’କୁ ପୋଲିସ ଗିରଫ କରିଛି । ଏପରି ଏକ ରକ୍ତ ସମ୍ପର୍କକୁ କଳଙ୍କିତ କରିବା ପରି ଲଜ୍ଜାଜନକ ଘଟଣା ହରିୟାଣାର ରେୱାରୀ ଜିଲ୍ଲାରେ ଦେଖିବାକୁ ମିଳିଛି ।

ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ନିଜ ଝିଅ ଏପରି ଅଭିଯୋଗ ଆଣିବା ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୀଡିତା ନାବାଳିକା ହୋଇଥିବା କାରଣରୁ ଅଭିଯୁକ୍ତଙ୍କ ବିରୋଧରେ POCSO ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ । ତେବେ ଅଭିଯୋଗରେ ଅନ୍ୟ ଏକ ଚାଞ୍ଚଲ୍ୟକର କଥା ମଧ୍ୟ ଉଲ୍ଲେଖ କରିଛି ପୀଡିତା । ନିଜ ପିତାଙ୍କ ଏପରି କୁକର୍ମ ସମ୍ପର୍କରେ ତାର ମା’ ମଧ୍ୟ ଜାଣିଥିଲା । ହେଲେ ସେ ଏହାକୁ ବିରୋଧ କରିବା ପରିବର୍ତ୍ତେ ସମର୍ଥନ କରିଥିବା ପୀଡିତା କହିଛି ।

ପୀଡିତା ଦ୍ବାଦଶ ଶ୍ରେଣୀର ଛାତ୍ରୀ । ମଙ୍ଗଳବାର ପରୀକ୍ଷା ଥିବା ବେଳେ ସେ ଘରୁ ବାହାରି ସ୍କୁଲକୁ ନଯାଇ ଥାନାରେ ପହଞ୍ଚିଥିଲା । ନିଜ ପିତାଙ୍କ ଦ୍ବାରା ଗତ 3 ବର୍ଷ ହେବେ ସେପରି ଯୌନ ନିର୍ଯାତନା ଓ ବାରମ୍ବାର ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ କରିଥିଲା । ଏଥିରେ ତାର ମା’ ମଧ୍ୟ ପିତାକୁ ସମର୍ଥନ କରୁଥିଲା । ଏକଥା ଉଭୟ ପିତା-ମାତା ବାହାରେ ପ୍ରକାଶ କଲେ ହତ୍ୟା କରି ଫିଙ୍ଗି ଦେବା ପାଇଁ ଧମକ ଦେଉଥିଲେ । ଭୟରେ ସେ ଏକଥା କାହା ଆଗରେ ପ୍ରକାଶ ନକରିବା ସହ ଦୀର୍ଘ ବର୍ଷ ଧରି ନିର୍ଯାତନା ସହ୍ୟ କରୁଥିବା ନାବାଳିକାଜଣଙ୍କ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସମ୍ପୃକ୍ତ ଅଭିଯୁକ୍ତ ପିତା-ମାତାଙ୍କୁ ଗିରଫ କରି ପକ୍ସୋ ଆକ୍ଟ ଅନୁସାରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୋଗ ଉପରେ ପୀଡିତା ନାବାଳିକାକୁ ଡାକ୍ତରୀମାଇନା ପାଇଁ ପୋଲିସ ପଠାଇଥିଲା । ଅଭିଯୁକ୍ତ ପିତା-ମାତାଙ୍କ ବିରୋଧରେ 120-B, 344, 376 (2) 506 ଏବଂ POCSO ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details