ଜୟପୁର :ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ରାଜସ୍ଥାନର ହନୁମାନଗଡ ଟାଉନ ଥାନା କ୍ଷେତ୍ର ନିକଟ ନୋରଂଦେସର ଗାଁ ଠାରେ ଏହି ଦୁର୍ଘଟଣା ଘଟିଛି । କାରର ଟାୟାର ଫାଟିଯିବା କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ବାଇକକୁ ଜୋରଦାର ଧକ୍କା ଦେଇଥିଲା । ସେହି ବାଇକରେ ଥିବା 3 ଜଣଙ୍କ ମୃତ୍ୟୁ ଘଟିଛି । ଟାଉନ ପୋଲିସ କହିବା ଅନୁଯାୟୀ, ଏହି ଦୁର୍ଘଟଣାରେ ନବାଂ ଗ୍ରାମର ଇଶ୍ମା ବିବି ଏବଂ ତାଙ୍କ ପୁତ୍ର ବିଲାଲଦିନଙ୍କ ସହିତ ତାଙ୍କର ଅଢେଇ ବର୍ଷର ପୁଅ ମୃତ୍ୟୁ ବରଣ କରିଛିନ୍ତି ।
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ - ରାଜସ୍ଥାନର ହନୁମାନଗଡ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ରାଜସ୍ଥାନର ହନୁମାନଗଡ ଟାଉନ ଥାନା କ୍ଷେତ୍ର ନିକଟ ନୋରଂଦେସର ଗାଁ ଠାରେ ଏହି ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ...
![ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-10721663-thumbnail-3x2-djvg.jpg)
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଶୋକର ପରିବେଶ ସୃଷ୍ଟି ହୋଇଛି । ସେମାନଙ୍କୁ ନିକଟସ୍ଥ ହନୁମାନଗଡ ଟାଉନର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେତବେଳକୁ ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା । ଏଥିରେ କାର ଚାଳକ ମଧ୍ୟ ଆହତ ହୋଇଛନ୍ତି । କୁହାଯାଉଛି ଯେ, କାର ତାଙ୍କୁ ଜସ୍ଥାନୀୟ କୌଣସି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ପୋଲିସ କାର ଚାଳକକୁ ଖୋଜାଖୋଜି କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ