ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାକ୍ଟର-ଟ୍ରକ ଧକ୍କାରେ ୫ମୃତ

ବିଜୟଓ୍ବାଡା ହାଇଦ୍ରାବାଦ ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଟ୍ରାକ୍ଟରକୁ ଧକ୍କା ଦେବାରୁ ୫ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

By

Published : Nov 13, 2022, 4:56 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା ଦେବାରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ସୂର୍ଯ୍ୟପେଟ ଜିଲ୍ଲା ମୁନାଗାଲାରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ଆହତଙ୍କୁ କୋଡାଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ଏକ ଟ୍ରାକ୍ଟରରେ ମୁନାଗାଲା ମଣ୍ଡଳରୁ ପ୍ରାୟ ୩୮ ଜଣ ଯାତ୍ରୀ ଆୟାପସ୍ୱାମୀ ମନ୍ଦିରରେ ମହାପାଡି ପୂଜାରେ ଯୋଗଦେବାକୁ ଯାଇଥିଲେ । ସେଠାରେ ପୂଜା ସାରି ଫେରୁଥିବା ସମୟରେ ବିଜୟଓ୍ବାଡା ହାଇଦ୍ରାବାଦ ଜାତୀୟ ରାଜପଥ ରାସ୍ତାରେ ଫେରୁଥିଲେ । ଏହି ସମୟରେ ହାଇଦ୍ରାବାଦରୁ ବିଜୟୱାଡା ଆଡକୁ ଯାଉଥିବା ଏକ ଟ୍ରକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ କୋଡାଡା ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେହିପରି ଗୁରୁତର ଥିବା ଲୋକଙ୍କୁ କାମାମ ଏବଂ ସୂର୍ଯ୍ୟପେଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-MCD polls: ଟାଓ୍ବର ଉପରେ ଚଢିଲେ AAP ନେତା, କହିଲେ କୋଟି କୋଟି ଟଙ୍କାରେ ଟିକେଟ ବିକୁଛି ଦଳ

ପାଞ୍ଚ ମୃତକ ହେଉଛନ୍ତି ଉଦୟ ଲୋକେଶ, ତାନିରୁ ପ୍ରମିଲା, ଗଣ୍ଡୁ ଜ୍ୟୋତି, ଚିଣ୍ଟାକାୟାଲା ପ୍ରମିଲା ଏବଂ କୋଟାୟା ବୋଲି ଜଣାପଡିଛି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଟ୍ରାକ୍ଟର ଡ୍ରାଇଭର ରାସ୍ତାର ଭୁଲ ପାର୍ଶ୍ୱରେ ଗାଡି ଚଳାଉଥିଲା । ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details