ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ନ୍ୟାସନାଲ୍ କନଫରେନ୍ସର ସଭାପତି ତଥା ଜମ୍ମୁ ଓ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଏହି ମାମଲାରେ ପଚରାଉଚୁରା ପାଇଁ ମେ ୩୧ ତାରିଖରେ ଇଡି ନିକଟରେ ହାଜର ହେବାକୁ ନୋଟିସ କରାଯାଇଛି । ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନରେ ଅର୍ଥ ଅନିୟମିତତା ଅଭିଯୋଗରେ ତାଙ୍କ ବିରୋଧରେ ଯାଞ୍ଚ ହେଉଛି ।
ଅର୍ଥ ହେରଫେର୍ ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ EDର ସମନ - ଫାରୁକ ଅବଦୁଲ୍ଲାଙ୍କୁ EDର ସମନ
ଅର୍ଥ ହେରଫେର ମାମଲାରେ ନ୍ୟାସନାଲ୍ କନଫରେନ୍ସର ସଭାପତି ତଥା ଜମ୍ମୁ ଓ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ସମନ କରିଛି ED । ଏହି ମାମଲାରେ ପଚରାଉଚୁରା ପାଇଁ ମେ ୩୧ ତାରିଖରେ ଇଡି ନିକଟରେ ହାଜର ହେବାକୁ ନୋଟିସ କରାଯାଇଛି । ଅଧିକ ପଢ଼ନ୍ତୁ
ଅର୍ଥ ହେରଫେର୍ ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ EDର ସମନ
ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଏହି ସମନ ଜାରି କରାଯାଇଛି । ୨୦୨୦ରୁ ଏହି ମାମଲାରେ ଅବଦୁଲ୍ଲାଙ୍କ ୧୧.୮୬ କୋଟି ଟଙ୍କାର ସ୍ଥାବର ଅସ୍ତାବର ସମ୍ପତ୍ତିକୁ ଲିଙ୍କ୍ କରିଛି । ପୂର୍ବରୁ ମଧ୍ୟ ୮୪ ବର୍ଷୀୟ ଅବଦୁଲ୍ଲାଙ୍କୁ ଏହି ମାମଲାରେ ଅନେକ ଥର ପଚରାଉଚରା କରାଯାଇ ସାରିଛି ।
ନିଜ ପଦବୀର ଅପବ୍ୟବହାର କରି ଅବଦୁଲ୍ଲା ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନର ଅର୍ଥ ଅପଚୟ କରିଥିବା ଇଡି ଅଭିଯୋଗ କରିଛି । ଏହି ଅର୍ଥରେ ଅନୈତିକ ତରିକାରେ ନିଯୁକ୍ତି ପ୍ରଦାନ କରି ବିସିସିଆଇର ଅର୍ଥ ଆତ୍ମସାତ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।