ଓଡିଶା

odisha

କୌଣସି ପରିସ୍ଥିତିରେ ଦିଲ୍ଲୀ ଛାଡିବେ ନାହିଁ କୃଷକ: ଟିକାୟତ

ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ ତିନୋଟି କୃଷି ଆଇନ ଉପରେ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Feb 11, 2021, 9:59 PM IST

Published : Feb 11, 2021, 9:59 PM IST

କୌଣସି ପରିସ୍ଥିତିରେ ଦିଲ୍ଲୀ ଛାଡିବେ ନାହିଁ କୃଷକ: ଟିକାୟତ
କୌଣସି ପରିସ୍ଥିତିରେ ଦିଲ୍ଲୀ ଛାଡିବେ ନାହିଁ କୃଷକ: ଟିକାୟତ

ଜୟପୁର: ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟତ ତିନୋଟି କୃଷି ଆଇନ ଉପରେ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି। ଟିକାୟତ ସ୍ପଷ୍ଟ କରିଛନ୍ତି ଯେ ତିନିଟି ବିବାଦୀୟ କୃଷି ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ଏବଂ ସର୍ବନିମ୍ନ ଗ୍ୟାରେଣ୍ଟି ପାଇଁ ଏକ ଆଇନ ଆଣିବା ପର୍ଯ୍ୟନ୍ତ ବିରୋଧୀ କୃଷକମାନେ ଦିଲ୍ଲୀ ଛାଡିବାର ପ୍ରଶ୍ନ ନାହିଁ । ଗୁରୁବାର ରାଜସ୍ଥାନର ଅଲୱାରରେ ଏକ କିସାନ ପଞ୍ଚାୟତକୁ ସମ୍ବୋଧିତ କରିବା ଅବସରରେ ସେ ଏପରି କହିଥିବା ଦେଖାଯାଇଛି ।

କୌଣସି ପରିସ୍ଥିତିରେ ଦିଲ୍ଲୀ ଛାଡିବେ ନାହିଁ କୃଷକ: ଟିକାୟତ

ଇଟିଭି ଭାରତକୁ ଦେଇଥିବା ପ୍ରତିକ୍ରିୟାରେ ଟିକାୟତ କହିଛନ୍ତି ଯେ କୃଷକମାନେ ସେମାନଙ୍କୁ ରୋକିବା ପାଇଁ ସରକାର ଲଗାଇଥିବା ପ୍ରତ୍ୟେକ କଣ୍ଟାକୁ ହଟାଇବା ପରେ ହିଁ କୃଷକମାନେ ଦିଲ୍ଲୀ ଛାଡିବେ। ସେ କହିଛନ୍ତି ଯେ ଏହି ତିନୋଟି କୃଷି ଆଇନ ସମ୍ପୂର୍ଣ୍ଣ ରୂପେ ରଦ୍ଦ ନ ହେଲେ ଏବଂ ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଅନ୍ୟ ଏକ ଆଇନ ଅଣାଯିବ ନାହିଁ । ତେଣୁ ଏହି ଆଇନର ରଦ୍ଧହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଟିକାୟତ ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ସରକାର ଚାଷୀଙ୍କ ଆନ୍ଦୋଳନକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି।ଏହି ଆନ୍ଦୋଳନରେ ତାଙ୍କର ସମ୍ପୃକ୍ତି କେବଳ ନିଜର ରାଜନୈତିକ ଲାଭ ପାଇଁ ହୋଇଥିବା ଅଭିଯୋଗ ଉପରେ ଟିକାୟତ କହିଛନ୍ତି ଯେ ସେ କେବଳ ଚାଷୀଙ୍କ ମଙ୍ଗଳ ପାଇଁ ଏହି ପ୍ରତିବାଦରେ ଭାଗ ନେଉଛନ୍ତି । ମୁଁ କେବଳ ଚାଷୀଙ୍କ ପାଇଁ ଲଢୁଛି, ମୁଁ ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରୁନାହିଁ ବୋଲି କହିଛନ୍ତି ଚିକାୟତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details