ଓଡିଶା

odisha

ETV Bharat / bharat

କେନ୍ଦ୍ରୀୟ କୃଷି ଆଇନ ପ୍ରସଙ୍ଗ: ବିଜେପି ନେତ୍ରୀ ବବିତା ଫୋଗାଟଙ୍କୁ କଳା ପତାକା ପ୍ରଦର୍ଶନ

ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ବବିତା ଫୋଗାଟ ଅଂଶଗ୍ରହଣ କରିବାକୁ ଜନତା କଲେଜ ଷ୍ଟାଡିୟମକୁ ଅସିବା ସମୟରେ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ କଳା ପତାକା ଦେଖାଇଥିଲେ । ଅଧିକ ପଢନ୍ତୁ...

ବିଜେପି ନେତ୍ରୀ ବବିତା ଫୋଗାଟ
ବିଜେପି ନେତ୍ରୀ ବବିତା ଫୋଗାଟ

By

Published : Jun 22, 2021, 12:12 PM IST

ଚଣ୍ଡିଗଡ:କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ । ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ବବିତା ଫୋଗାଟ ଅଂଶଗ୍ରହଣ କରିବାକୁ ଜନତା କଲେଜ ଷ୍ଟାଡିୟମକୁ ଆସିବା ସମୟରେ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ କଳା ପତାକା ଦେଖାଇଥିଲେ ।

ଜନତା କଲେଜ ଷ୍ଟାଡିୟମର ବାହାରେ ଚାଷୀମାନେ କିଛି ସମୟ ଏକାଠି ହୋଇ ବିଜେପି-ଜେଜେପି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । କେନ୍ଦ୍ରକୁ "କଳା ଚାଷ ଆଇନ" ଫେରାଇ ନେବାକୁ ଦାବି କରିଥିଲେ । ଘଟଣାସ୍ଥଳରେ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା ।

କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବିଜେପି-ଜେଜେପି ନେତାଙ୍କ କାର୍ଯ୍ୟକୁ ବିରୋଧ କରାଯିବ ବୋଲି କହିଛନ୍ତି ଜଣେ କୃଷକ । ବବିତା ଫୋଗାଟ 2019ରେ ବିଜେପିରେ ଯୋଗ ଦେଇଥିଲେ । ପ୍ରଥମ ନିର୍ବାଚନରେ ପରାସ୍ତ ହୋଇଥିଲେ ବବିତା । ଏହାପରେ ତାଙ୍କୁ ଜେପି-ଜେଜେପି ସରକାର ହରିୟାଣା ମହିଳା ବିକାଶ ନିଗମର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଥିଲେ ।

ପ୍ରକାଶ ଥାଉ କି, ଗତବର୍ଷ ନଭେମ୍ବରରୁ ସୀମାରେ କୃଷକମାନେ ତାଙ୍କ ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ଦୋଳନକୁ ଦୀର୍ଘ ଦିନ ପୂରଣ ହୋଇଥିଲେ ବି ଆଜି ଯାଏଁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।

@PTI

ABOUT THE AUTHOR

...view details