ଓଡିଶା

odisha

ETV Bharat / bharat

ଚାଷୀଙ୍କ ଚେତାବନୀ, କୃଷି ଆଇନ ପ୍ରତ୍ୟାହାର ନହେଲେ ଜାରି ରହିବ ଆନ୍ଦୋଳନ - ଚାଷୀ ଆନ୍ଦୋଳନ

ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସଂସଦରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ଦାବି କରିଛନ୍ତି ଚାଷୀନେତା । କୃଷି ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଏପରି ଆନ୍ଦୋଳନ ଜାରି ରହିବ ବୋଲି ଦେଇଛନ୍ତି ଚେତାବନୀ । ଅଧିକ ପଢନ୍ତୁ...

ଚାଷୀଙ୍କ ଚେତାବନୀ, 3 କୃଷି ଆଇନ ପ୍ରତ୍ୟାହାର ନହେଲେ ଜାରି ରହିବ ଆନ୍ଦୋଳନ
ଚାଷୀଙ୍କ ଚେତାବନୀ, 3 କୃଷି ଆଇନ ପ୍ରତ୍ୟାହାର ନହେଲେ ଜାରି ରହିବ ଆନ୍ଦୋଳନ

By

Published : Dec 2, 2020, 8:57 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ସରକାରଙ୍କ ଚିନ୍ତା ବଢାଇଛି ଚାଷୀ ଆନ୍ଦୋଳନ । ନିଜ ଦାବିକୁ ନେଇ ଅଟଳ କୃଷକ । ସରକାର ବୁଝାଇବାକୁ ସତଚେଷ୍ଟା କଲେ ମଧ୍ୟ ଚାଷୀମାନେ ବୁଝିବାକୁ ନାରାଜ । ଏପରିସ୍ଥିତିରେ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସଂସଦରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ଦାବି କରିଛନ୍ତି ଚାଷୀନେତା ।

ଯଦି ସରକାର ଦାବି ନମାନନ୍ତି ତାହେଲେ ଦେଶର ରାଜଧାନୀର ସମସ୍ତ ସଡକ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଚାଷୀ ନେତା ଦର୍ଶନ ପାଲ ଅଭିଯୋଗ କରିଛନ୍ତି, କେନ୍ଦ୍ର ସରକାର କୃଷି ସଂଗଠନ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ପ୍ରୟାସ ଚଳାଇଛନ୍ତି । ହେଲେ ଏପରି ହେବାକୁ ଦିଆଯିବ ନାହିଁ । ପାଲ ପୁଣି କହିଛନ୍ତି, 3ଟି କୃଷି ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଏପରି ଆନ୍ଦୋଳନ ଜାରି ରହିବ । ସାରା ଦେଶରେ ଏକ ପ୍ରତିବାଦ ସ୍ବରୂପ ଆମେ ଡିସେମ୍ବର 5 ରେ ମୋଦି ସରକାର ଏବଂ କର୍ପୋରେଟ ହାଉସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ କରିବାକୁ ଆହ୍ବାନ କରିଛୁ ।

ସେପଟେ ଚାଷୀଙ୍କ ସହ ଆଲୋଚନା ଜାରି ରହିଥିବା ବେଳେ ଖୁବଶୀଘ୍ର ସମାଧାନର ରାସ୍ତା ବାହାରିବ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ।

ମଙ୍ଗଳବାର କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ବିଜ୍ଞାନ ଭବନରେ ହୋଇଥିବା ବୈଠକରେ APMC ଅଧିନିୟମ ଓ ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ପ୍ରେଜେଣ୍ଟେସନ ଜରିଆରେ ବୁଝାଇବାକୁ ପ୍ରୟାସ କରିଥିଲେ ସରକାର । ତଥାପି ଆଲୋଚନାରେ କୌଣସି ସମାଧାନର ରାସ୍ତା ମିଳିପାରି ନଥିଲା । ତେବେ ପୂନର୍ବାର ଚାଷୀ ଓ ସରକାରଙ୍କ ମଧ୍ୟରେ ଗୁରୁବାର ହେବ ଆଲୋଚନା ।

ABOUT THE AUTHOR

...view details