ନୂଆଦିଲ୍ଲୀ:ଲଖୀମପୁର ଖେରି ହିଂସା ମାମଲାରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବିରେ ଆଜି(ସୋମବାର) ୬ ଘଣ୍ଟିଆ ରେଳ ରୋକ କରୁଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା । ଏଥିରେ ଅନେକ ଚାଷୀ ସାମିଲ ହୋଇଥିବା ବେଳେ ପଞ୍ଜାବ ଅମୃତସରର ଦେବି ଦାସପୁରା ଗାଁରେ ପ୍ରଦର୍ଶନକାରୀ ଟ୍ରାକ ଉପରେ ବସି ବିରୋଧ ପ୍ରଦର୍ଶନ କରିଛନ୍ତି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଏହି ଆନ୍ଦୋଳନ ଯୋଗୁଁ ପଞ୍ଜାବ ଫିରୋଜପୁର ମଣ୍ଡଳର ୫ଟି ଯାତ୍ରୀବାହୀ ଟ୍ରେନ ଚଳାଚଳ ହୋଇପାରିନାହିଁ । ସେପଟେ ହରିୟାଣାର ବାହାଦୂରଗଡ଼ଠାରେ ମଧ୍ୟ ରେଲୱେ ଟ୍ରାକ ଉପରେ ଚାଷୀମାନେ ବସି ବିରୋଧ ପ୍ରଦର୍ଶନ କରିଛନ୍ତି । 'ରେଳରୋକ' ଆନ୍ଦୋଳନକୁ ନଜରରେ ରଖି ହରିୟାଣା ସୋନିପତ ଜଙ୍କସନ ରେଲୱେ ଷ୍ଟେସନ ସୁରକ୍ଷା ବଳ ବଢାଇ ଦିଆଯାଇଛି ।
ଏହା ବି ପଢନ୍ତୁ: KHERI VIOLENCE; କେନ୍ଦ୍ରମନ୍ତ୍ରୀଙ୍କ ଗିରଫ ଦାବିରେ ଆଜି ୬ ଘଣ୍ଟିଆ ରେଳରୋକ