ଓଡିଶା

odisha

ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ, ସମର୍ଥନରେ 500ରୁ ଊର୍ଦ୍ଧ୍ବ ସଙ୍ଗଠନ

କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବରୋଧ କରି ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୦ ଘଣ୍ଟିଆ ଭାରତ ବନ୍ଦ । ଅଧିକ ପଢନ୍ତୁ...

By

Published : Sep 27, 2021, 7:09 AM IST

Published : Sep 27, 2021, 7:09 AM IST

ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ
ଆଜି ୧୦ ଘଣ୍ଟିଆ ଭାରତ ବନ୍ଦଆଜି ୧୦ ଘଣ୍ଟିଆ ଭାରତ ବନ୍ଦ

ନୂଆଦିଲ୍ଲୀ:ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୦ ଘଣ୍ଟିଆ ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବରୋଧ କରି ଏହି ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ପାଳନ କରାଯିବ ବୋଲି ଭାରତୀୟ କୃଷକ ମୋର୍ଚ୍ଚା କହିଛି । ଏହା ଦ୍ବାରା ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ଶିକ୍ଷା ଓ ଅନ୍ୟାନ୍ୟ ଅନୁଷ୍ଠାନ ଦୋକାନ, ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକ ଆଜି ବନ୍ଦ ରହିବ ।

ତେବେ ବନ୍ଦ ପାଳନ ସମୟରେ ଜରୁରି ସେବାକୁ ଯଥା ଡାକ୍ତରଖାନା, ମେଡିକାଲ ଷ୍ଟୋର୍, ରିଲିଫ୍ , ଉଦ୍ଧାର କାର୍ଯ୍ୟ ଓ ଲୋକଙ୍କୁ ଜରୁରୀକାଳୀନ କାମରେ ଯୋଗ ଦେବାକୁ ବାରଣ କରାଯିବ ନାହିଁ । ଶାନ୍ତି ପୂର୍ଣ୍ଣ ଭାବରେ ଏହି ବନ୍ଦପାଳନ କରାଯିବ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

କେନ୍ଦ୍ରସରକାରଙ୍କ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନରୁ ଓହରିବାକୁ ଚାଷୀ ନାରାଜ ଥିବା ବେଳେ ମହାପଞ୍ଚାୟତରେ ଏନେଇ କୃଷକ ମୋର୍ଚ୍ଚା ତରଫରୁ ଘୋଷଣା କରାଯାଇଥିଲା । ଏହି ବନ୍ଦ ଡାକରାକୁ ୫୦୦ରୁ ଊର୍ଦ୍ଧ୍ବ କୃଷକ ସଂଗଠନ, କଂଗ୍ରେସ, ବାପପନ୍ଥୀ ଦଳ, ଆମ ଆଦମୀ ପାର୍ଟି ସମେତ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଏହାକୁ ସମର୍ଥନ ଜାଣାଇଛନ୍ତି । ଏଥି ସହ ତାମିଲନାଡୁ, ଛତିଶଗଡ, କେରଳ, ପଞ୍ଜାବ, ଝାଡଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ରାଜ୍ୟ ସରକାର ମଧ୍ୟ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ।

ଗତବର୍ଷ ୨୦୨୦ ଆଜିର ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ କୃଷି ଆଇନକୁ ମଞ୍ଜୁରୀ ଦେଇଥିଲେ ଏବଂ ଏହାକୁ ଲାଗୁ କରିଥିଲେ । ତେବେ ଏହି ଆଇନକୁ ମଞ୍ଜୁରୀ ମିଳିବା ପରେ କୃଷଙ୍କ ଆନ୍ଦୋଳନ ଜାରି ରହିଛି । ପୂର୍ବରୁ ୨୫ ସେପ୍ଟେମ୍ବରରେ ଭାରତ ବନ୍ଦ ନେଇ ଘୋଷଣା କରାଯାଇଥିଲା । ହେଲେ ଏହା ପରେ ଏହି ଆନ୍ଦୋଳନର ତାରିଖ ୨୭ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା ।

@ANI

ABOUT THE AUTHOR

...view details