ଓଡିଶା

odisha

By

Published : Nov 27, 2021, 5:42 PM IST

Updated : Nov 27, 2021, 10:58 PM IST

ETV Bharat / bharat

Farmers Tractor Rally: ବୈଠକ ପରେ ରାଲି ସ୍ଥଗିତ ରଖିଲା କିଷାନ ମୋର୍ଚ୍ଚା

29ରେ ସଂସଦ ଅଭିମୁଖେ ପ୍ରସ୍ତାବିତ ଟ୍ରାକ୍ଟର ରାଲି (Farmers Tractor rally protest)କୁ ସ୍ଥଗିତ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା (SKM)। କିଛି ସମୟ ପୂର୍ବେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ମୋର୍ଚ୍ଚା ନେତା ଦର୍ଶନପାଲ ସିଂଙ୍କ ସୂଚନା । ଅଧିକ ପଢନ୍ତୁ

Farmers Tractor Rally: ବୈଠକ ପରେ ସ୍ଥଗିତ ରଖିଲା କିଷାନ ମୋର୍ଚ୍ଚା
Farmers Tractor Rally: ବୈଠକ ପରେ ସ୍ଥଗିତ ରଖିଲା କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ: ଗତକାଲି (ଶୁକ୍ରବାର) ୩ କୃଷି ଆଇନ ପ୍ରତ୍ୟାହାର (3 Farm laws repeal) ଦାବିରେ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନକୁ ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ନଭେମ୍ବର 29ରେ ସଂସଦ ଅଭିମୁଖେ ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ସ୍ଥଗିତ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା (Samyukta Kisan Morcha) । ଏନେଇ ଆଜି (ଶନିବାର) ମୋର୍ଚ୍ଚା ପକ୍ଷରୁ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଥିବା କୃଷକ ନେତା ଦର୍ଶନପାଲ ସିଂ (farmer leader Darshan Pal Singh) ସ୍ପଷ୍ଟ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଦର୍ଶନପାଲ ସିଂ କହିଛନ୍ତି, ନଭେମ୍ବର 29ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ସର୍ବାଧିକ 500 କୃଷକ ଦୈନିକ ସଂସଦକୁ ଏକ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ପଦଯାତ୍ରାରେ ଅଂଶଗ୍ରହଣ କରିବେ ବୋଲି ଚଳିତମାସ ଆରମ୍ଭରେ ସଂଯୁକ୍ତ ମୋର୍ଚ୍ଚା ଘୋଷଣା କରିଥିଲା । MSP ବୃଦ୍ଧିର ଗ୍ୟାରେଣ୍ଟି ଘୋଷଣା କରିବାକୁ ସରକାରଙ୍କ ଉପରେ ଚାପ ପକାଇବାକୁ ଏହି ରାଲି କରାଯିବା ନେଇ ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ତେବେ ଆଜିର ବୈଠକରେ ଏହି ନିଷ୍ପତ୍ତିରୁ ମୋର୍ଚ୍ଚା ଓହରିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏହାପୂର୍ବରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଘରକୁ ଫେରିଯିବାକୁ ନିବେଦନ କରିଥିଲେ । ସେହିପରି ଚଳିତ ଅଧିବେଶନରେ ଏହି ବିବାଦୀୟ କୃଷି ଆଇନକୁ ରଦ୍ଦ କରାଯିବା ( three farm laws repealed) ନେଇ ବିଲ ଆଗତ କରାଯିବ ବୋଲି ମଧ୍ୟ କୃଷିମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

ତୋମାର ଏହା ମଧ୍ୟ କହିଛନ୍ତି ଯେ ଏକ କମିଟି ଗଠନ ସହିତ ଚାଷୀଙ୍କ MSP ଆଭିମୁଖ୍ୟ ଉପରେ ସରକାର ତର୍ଜମା କରିବେ । ସେହିପରି ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଆଇନ ବିଧିବଦ୍ଧ ଭାବେ ରଦ୍ଦ ହେବା ନେଇ ଚଳିତ ଅଧିବେଶନରେ ଗୃହରେ ବିଲ ଆଗତ ହେବା ନେଇ ସଙ୍କେତ ଦେଇଥିଲେ । ଚଳିତ ଅଧିବେଶନ (winter session of Parliament)ରେ ଗୃହରେ ଆଗତ ହେବାକୁ ଥିବା ୨୬ଟିି ପ୍ରମୁଖ ବିଲ ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର ବିଲକୁ ମଧ୍ୟ ସୂଚୀତ କରାଯାଇଥିବା ଜଣାପଡିଛି ।

ଅନ୍ୟପଟେ ଆନ୍ଦୋଳନର ପ୍ରଥମ ବାର୍ଷିକୀ ଅବସରରେ ଗତକାଲି (ଶୁକ୍ରବାର ) ରାଜଧାନୀ ଦିଲ୍ଲୀ ଉପକଣ୍ଠରେ ବିଶାଳ ‘କିଷାନ ମହାପଞ୍ଚାୟତ’ ଆୟୋଜନ କରିଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ୨୯ ତାରିଖରେ ସଂସଦ ଅଭିମୁଖେ ପ୍ରସ୍ତାବିତ ଟ୍ରାକ୍ଟର ରାଲି ପାଇଁ ହଜାର ହଜାର ଟ୍ରାକ୍ଟର ମଧ୍ୟ ଏକାଠି ହେବାରେ ଲାଗିଥିଲା । ଯାହା ଫଳରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରିଥିବା ଦେଖିବାକୁ ମିଳିଥିଲା । ତେବେ ଆଜିର ବୈଠକ ପରେ ଏହି ପ୍ରସ୍ତାବିତ ରାଲିକୁ ସ୍ଥଗିତ ରଖିବାକୁ କିଷାନ ମୋର୍ଚ୍ଚା ନିଷ୍ପତ୍ତି ନେଇଛି ।

@ANI

Last Updated : Nov 27, 2021, 10:58 PM IST

ABOUT THE AUTHOR

...view details