ବେଙ୍ଗାଲୁରୁ:ବିଭିନ୍ନ କାରଣରୁ ଅଭାବୀ ବିକ୍ରି ପାଇଁ ଚାଷୀ କ୍ଷତି ସହିବା ପ୍ରାୟତଃ ଦେଖବାକୁ ମିଳେ । ଏପରି କିଛି କ୍ଷତି ସାମ୍ନାକୁ ଆସିଛି ଯାହା ଚାଷୀର ଆର୍ଥିକ ମେଦୁଦଣ୍ଡ ଭାଙ୍ଗି ଦେବା ପରି । ବିକିଲେ ଦୁଇ କ୍ବିଣ୍ଟାଲ ପିଆଜ, ହେଲେ ଲାଭ ପାଇଛନ୍ତି ମାତ୍ର 8 ଟଙ୍କା । କଥାଟି ଆଶ୍ଚର୍ଯ୍ୟ କରିବା ପରି ଲାଗୁଥିଲେ ସୁଦ୍ଧା ସତ୍ୟ (onion farmer face huge loss)। ପିଆଜର ଏପରି ଅଭାବୀ ବିକ୍ରିର ଏକ କରୁଣ ଚିତ୍ର ବେଙ୍ଗାଲୁରୁରେ ଦେଖବାକୁ ମିଳିଛି ।
କର୍ଣ୍ଣାଟକର ଗାଦଗ ଜିଲ୍ଲାରେ ସର୍ବାଧିକ ପିଆଜ ଚାଷ ଓ ଉତ୍ପାଦନ କରାଯାଏ । ହେଲେ ଚଳିତବର୍ଷ ପିଆଜର ଅଭାବୀ ବିକ୍ରି ଚରମ ସୀମାରେ ପହଞ୍ଚିଛି । ଏକ କ୍ବିଣ୍ଟାଲ ପିଆଜକୁ ମାତ୍ର 50, 100 କିମ୍ବା ଅତିବେଶିରେ 200 ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ନହେଲେ ନଷ୍ଟ ହୋଇଯିବାର ଭୟ । ଏହାରି ମଧ୍ୟରେ ସ୍ଥାନୀୟ ଜଣେ ଚାଷୀ ଦୁଇ କ୍ବିଣ୍ଟାଲରୁ ଅଧିକ ପିଆଜ ବିକ୍ରି କରିଥିବା ବେଳେ ଲାଭ ମାତ୍ର 8 ଟଙ୍କା ପାଇଛନ୍ତି । ନିର୍ଦ୍ଦିଷ୍ଟ ହିସାବ ଦେଖିଲେ 205 କେ.ଜି ପିଆଜ ବିକ୍ରି ହୋଇଛି, ହେଲେ ଲାଭ ମାତ୍ର 8ଟଙ୍କା 36 ପଇସା । ଏହାରି ମଧ୍ୟରେ କୃଷକଜଣଙ୍କ ଅଭାବୀ ବିକ୍ରିକୁ ନେଇ କାନ୍ଦି ପକାଇଥିଲେ ।