ଗାଜିଆବାଦ:କେନ୍ଦ୍ର ସରକାରଙ୍କ ପାରିତ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେନ୍ଦ୍ର ଯଦି ଆମକୁ ନିମନ୍ତ୍ରଣ କରେ ତେବେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଭାରତୀୟ କିଷାନ ସଂଘର ନେତା ରାକେଶ ଟିକାୟତ । ସେ ଆହୁରି କହିଛନ୍ତି ଜାନୁଆରୀ 22ରୁ ଆଲୋଚନା ଯେଉଁଠି ଶେଷ ହୋଇଥିଲା ସେଇଠୁ ଆରମ୍ଭ ହେବ ଏବଂ ଦାବି ଅପରିବର୍ତ୍ତିତ ରହିବ ।
ଆଲୋଚନା ଅରମ୍ଭ ହେବା ପୂର୍ବରୁ ନଭେମ୍ବର 2020ରେ ଦିଲ୍ଲୀର ତିନୋଟି ସୀମା ସିଙ୍ଘୁ,ଟିକିର ଓ ଗାଜିପୁରରେ ବିକ୍ଷୋଭକାରୀଙ୍କ ସଂସ୍ଥା ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଆମନ୍ତ୍ରଣ କରିବାକୁ ପଡିବ ବୋଲି ସେ କହିଛନ୍ତି । ଜାନୁଆରୀ 22ରୁ ଆଲୋଚନା ଯେଉଁଠି ଶେଷ ହୋଇଥିଲା ପୁନଃ ସେଇଠୁ ଆରମ୍ଭ ହେବ । ସେଇ ସମାନ ଦାବି ରହିବ । ସମସ୍ତ କଳା କୃଷି ଆଇନ ରଦ୍ଦ କରାଯିବା ଉଚିତ । ଫସଲ ଏମଏସପି ( ସର୍ବନିମ୍ନ ସର୍ମଥନ ମୂଲ୍ୟ) ପାଇଁ ଏକ ନୂତନ ନିୟମ ଲାଗୁ କରିବା ଦରକାର ବୋଲି କହିଛନ୍ତି ବିକେୟୁ ନେତା ।