ଓଡିଶା

odisha

ETV Bharat / bharat

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ କୃଷକଙ୍କ ବିକ୍ଷୋଭ, ଆସନ୍ତାକାଲି ଠାରୁ ଧାନ କିଣା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି - hariyana news updtae

ହରିୟାଣା ଚାଷୀ ଆନ୍ଦୋଳନ। ଆସନ୍ତାକାଲି ଠାରୁ ରାଜ୍ୟରେ ଧାନକିଣା ଆରମ୍ଭ ହେବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଅଧିକ ପଢନ୍ତୁ...

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ କୃଷକ ବିକ୍ଷୋଭ, ଆସନ୍ତାକାଲି ଠାରୁ ଧାନ କିଣା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ କୃଷକ ବିକ୍ଷୋଭ, ଆସନ୍ତାକାଲି ଠାରୁ ଧାନ କିଣା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

By

Published : Oct 2, 2021, 8:56 PM IST

ଚଣ୍ଡିଗଡ:ଧାନ କିଣାରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ବିରୋଧରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବାସଭବନ ସମ୍ମୁଖରେ କୃଷକଙ୍କ ବିକ୍ଷୋଭ ଓ ନାରାବାଜୀ ଦେଖିବାକୁ ମିଳିଥିଲା । ତେବେ ବିକ୍ଷୋଭ ପରେ ଆସନ୍ତାକାଲି (ରବିବାର) ଠାରୁ ରାଜ୍ୟ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବା ନେଇ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର,ଉପମୁଖ୍ୟମନ୍ତ୍ରୀ ଦୁଶନ୍ତ ଚୈତନ୍ୟ ଏବଂ କୃଷିମନ୍ତ୍ରୀ ଜେ.ପି ଡାଲାଲ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ନୂଆଦିଲ୍ଲୀରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଥିଲେ, ଧାନ କ୍ରୟରେ କୃଷକମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

ଏହି ସମୟରେ ଦିଲ୍ଲୀରେ ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ କହିଛନ୍ତି ଯେ ଆସନ୍ତାକାଲିଠାରୁ ହରିୟାଣା ଏବଂ ପଞ୍ଜାବରେ ଖରିଫ ଫସଲ କ୍ରୟ ଆରମ୍ଭ ହେ ବ। ସେ ଆହୁରି କହିଛନ୍ତି ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ମନ୍ତ୍ରୀଙ୍କ ଏକ ପ୍ରତିନିଧି ଦଳ ଆସି ତାଙ୍କ ସହ ଭେଟି ଆଲୋଚନା କରିଛନ୍ତି । ଧାନ କ୍ରୟ ପାଇଁ ସେମାନଙ୍କର ପ୍ରସ୍ତୁତି ପୂର୍ବରୁ ହୋଇସାରିଛି ଏବଂ ତେଣୁ ଆସନ୍ତାକାଲି (ରବିବାର) ଠାରୁ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ । ଯାହା ଦ୍ବାରା କୃଷକମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଚୌବେ କହିଛନ୍ତି ।

ବୈଠକ ପରେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ଦିନସାରା କୃଷକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆମେ ମଧ୍ୟ ଚିନ୍ତିତ ଏବଂ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାକୁ ଚାହୁଁ । ତେଣୁ ସେ ଉପମୁଖ୍ୟମନ୍ତ୍ରୀ ଦୁଶନ୍ତ ଚୈତନ୍ୟ, କୃଷିମନ୍ତ୍ରୀ ଜେ.ପି ଡାଲାଲ ଏବଂ ଅନ୍ୟାନ୍ୟ ବିଧାୟକଙ୍କ ସହ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଆସିଥିଲେ। ବର୍ତ୍ତମାନ, ଆସନ୍ତାକାଲି (ରବିବାର) ଠାରୁ କ୍ରୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିବାରୁ ଆଶା କରାଯାଉଛି କୃଷକମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଖଟ୍ଟର। ଏହାପୂର୍ବରୁ ହରିୟାଣାର କୃଷକମାନେ ବିଜେପି ସାଂସଦ ଏବଂ ବିଧାୟକଙ୍କ ବାସଭବନ ବାହାରେ ପହଞ୍ଚି ପୋଲିସ ବ୍ୟାରିକେଡ୍ ଭାଙ୍ଗି ଧାନ କ୍ରୟ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ଦାବି କରିଥିଲେ। କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରସ୍ଥିିତି ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁୁ ମିଳିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details