ଓଡିଶା

odisha

ETV Bharat / bharat

ଭାରତ ବନ୍ଦ ପୂର୍ବରୁ ଚାଷୀଙ୍କ ଦାବି, ଆମ ‘ମନ କି ବାତ' ଶୁଣନ୍ତୁ ମୋଦି - ଭାରତ ବନ୍ଦ ଡାକରା

ଗତ 10 ଦିନରକୁ ନିଜ ଦାବି ପୂରଣ ନେଇ ସିଂଘୁ ସୀମାରେ ଧାରଣା ଦେଇଛନ୍ତି ହଜାର ହଜାର ଚାଷୀ । 8ରେ ଭାରତ ବନ୍ଦ ପୂର୍ବରୁ ମୋଦି ମନର କଥା ଶୁଣିବାକୁ ଚାଷୀଙ୍କ ଅନୁରୋଧ । ଅଧିକ ପଢନ୍ତୁ...

ଭାରତ ବନ୍ଦ ପୂର୍ବରୁ ଚାଷୀଙ୍କ ଦାବି, 'ଆମ ମନ କି ବାତ' ଶଣନ୍ତୁ ମୋଦି
ଭାରତ ବନ୍ଦ ପୂର୍ବରୁ ଚାଷୀଙ୍କ ଦାବି, 'ଆମ ମନ କି ବାତ' ଶଣନ୍ତୁ ମୋଦି

By

Published : Dec 6, 2020, 6:52 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ 11 ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ଗତ 10 ଦିନରକୁ ନିଜ ଦାବି ପୂରଣ ନେଇ ସିଂଘୁ ସୀମାରେ ଧାରଣା ଦେଇଛନ୍ତି ହଜାର ହଜାର ଚାଷୀ । ସେପଟେ ଗାଜିପୁର ଓ ଟିକରୀ ସୀମାରେ ମଧ୍ୟ ଜାରି ରହିଛି ପ୍ରଦର୍ଶନ । ଏହାସହ ବୁରାଡି ପଡିଆରେ ମଧ୍ୟ କିଛି ଚାଷୀ ଆନ୍ଦୋଳନ କରୁଛନ୍ତି ।

ଚାଷୀଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଚାଷୀ ଓ ସରକାରଙ୍କ ମଧ୍ୟରେ 5 ରାଉଣ୍ଡ୍‌ ବୈଠକ ହୋଇସାରିଲାଣି, ହେଲେ ବାହାରି ପାରୁନାହିଁ ସମାଧାନର ରାସ୍ତା । ଏନେଇ ଡିସେମ୍ବର 8ରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ । ତେବେ ଏହାରି ମଧ୍ୟରେ 9 ଡିସେମ୍ବରରେ ହେବାକୁ ଥିବା ବୈଠକ ଉପରେ ରହିଛି ସମସ୍ତଙ୍କ ନଜର ।

ପଞ୍ଜାବରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନର ତାତି ଏବେ ହରିୟାଣା, ଦିଲ୍ଲୀ ଦେଇ ସାରା ଦେଶରେ ବ୍ୟାପି ସାରିଲାଣି । ତେବେ ଚାଷୀ ନେତା ଜଗମୋହନ ସିଂହ କହିଛନ୍ତି, ନିଷ୍ପତ୍ତି ସ୍ପଷ୍ଟ ଯେ ଆମେ ନିଜ ଦାବି ସହ କୌଣସି ଚୁକ୍ତି କରିବୁ ନାହିଁ । ମୋଦିଙ୍କ ମନ କି ବାତ ଆମେ ଶୁଣି ଆସୁଥିବା ବେଳେ ଏବେ ସେ ଆମ ମନର କଥା ଶୁଣନ୍ତୁ ବୋଲି ସେ କହିଛନ୍ତି ।

ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ନୂଆ ଗାଇଡଲାଇନ କରିଛି। ଚାଷୀଙ୍କ ପ୍ରଦର୍ଶନ ଯୋଗୁଁ ଚିଲ୍ଲା ସୀମାରେ ଗାଡିମୋଟର ଚଳାଚଳ ବନ୍ଦ ରହିଛି। ଏଥି ସହିତ ଦିଲ୍ଲୀରୁ ଗାଜିଆବାଦ ଯିବା ପାଇଁ ଗାଜିପୁର ସୀମା NH 24 ବନ୍ଦ ରହିଛି ।

ସେପଟେ କଂଗ୍ରେସ ସମେତ ସମସ୍ତ ବିରୋଧି ଦଳ ଚାଷୀଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ କରି କହିଛନ୍ତି, କଂଗ୍ରେସ ଚାଷୀଙ୍କ ସପକ୍ଷରେ 8 ଡିସେମ୍ବରରେ ଭାରତ ବାନ୍ଦକୁ ସମର୍ଥନ କରୁଛନ୍ତି । ତେବେ ଜମ୍ମୁ କାଶ୍ମୀରର ଗୁପକାର ପାର୍ଟି ମଧ୍ୟ ଏହି ଆନ୍ଦୋଳର ସମର୍ଥନରେ ଆସିଥିବା ଜଣାପଡୁଛି ।

ABOUT THE AUTHOR

...view details