ଗାନ୍ଧୀନଗର: ବୁଲେଟ ଟ୍ରେନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ। ଏହି ପ୍ରୋଜେକ୍ଟ ପାଇଁ ଯେଉଁ ଚାଷୀମାନେ ନିଜ ଜମି ଦାନ କରିଛନ୍ତି ସେମାନଙ୍କର ଭାଗ୍ୟ ବଦଳିଯାଇଛି । ଯେଉଁ ଚାଷୀ ପୂର୍ବରୁ ବାଇକ ନେଇ ଚାଷ କାର୍ଯ୍ୟ କରିବାକୁ ଯାଉଥିଲେ ଆଜି ସେହି ଚାଷୀ କାର ଚଢି କରୁଛନ୍ତି ଚାଷକାର୍ଯ୍ୟ । ସରକାରଙ୍କ ଲାଗି ଜମି ଦାନ କରିବା ପରେ ଏହି ଚାଷୀ ପରିବାରର ଭାଗ୍ୟ ଫିଟିଯାଇଛି । ସରକାରଙ୍କ ପକ୍ଷରୁ ଜମି ବଦଳରେ ଦିଆଯାଇଥିବା ଅର୍ଥ ଆଜି ଏହି ପରିବାରଗୁଡ଼ିକ ପାଣି ଆଣିଦେଇଛି ଖୁସିର ଦିନ ।
ଗୁଜୁରାଟର ସୁରତ ଜିଲ୍ଲାରେ ଏପରି ଭାବେ ବଦଳିଛି ଚାଷୀଙ୍କ ଭାଗ୍ୟ। ଚାଷୀମାନେ ସବୁଦିନ ଲାଗି ନିଜ ଜମିକୁ ଦାନ କରିଥିବାରୁ ସରକାର ମଧ୍ୟ ତାଙ୍କ ଭବିଷ୍ୟତକୁ ଲକ୍ଷ୍ୟ ରଖି ଅର୍ଥ ପ୍ରଦାନ କରିଛନ୍ତି । ବୁଲେଟ ଟ୍ରେନ ପ୍ରକଳ୍ପ ଲାଗି ସୁରତ ଜିଲ୍ଲାରେ ସବୁଠୁ ଅଧିକ ଜମି ଦାନ କରିଥିବା ମହିଳା କୀର୍ତ୍ତିବେନ ଦେବେନ୍ଦ୍ରସିଂ ବରାଡଙ୍କ ସହିତ ଇଟିଭି ଭାରତ ଯୋଗାଯୋଗ କରିଥିଲା । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଯେତେବେଳେ ଏହି ପ୍ରକଳ୍ପକୁ ନେଇ ଆଲୋଚନା ହୋଇଥିଲା, ଆମେ ଖୁସି ଥିବା ସହ ଚିନ୍ତାଗ୍ରସ୍ତ ମଧ୍ୟ ଥିଲୁ । ସରକାର ଜମି ଅଧିଗ୍ରହଣ ପରେ ଉପଯୁକ୍ତ ଅର୍ଥ ପ୍ରଦାନ କରିବେ ନାହିଁ ସେ ନେଇ ଚିନ୍ତିତ ଥିଲୁ ।"