ଗାଜିଆବାଦ/ନୂଆଦିଲ୍ଲୀ:କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ କୃଷକ ମହାପଞ୍ଚାୟତ ଜାରି ରହିଛି । ଏପରି ସ୍ଥଳେ ଆଜି ହରିୟାଣା କର୍ଣ୍ଣାଲରେ ପୁଣି ଥରେ ମହାପଞ୍ଚାୟତ ଆୟୋଜନ ନେଇ ଘୋଷଣା କରିଛି ସଂଗଠନ । ଫଳରେ ସୁରକ୍ଷା ଜନିତ କାରଣରୁ ସମଗ୍ର ଅଞ୍ଚଳ ସମେତ ୪ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଛି ପ୍ରଶାସନ ।
ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁସାରେ ସକାଳ ୧୦ ଟାରେ କରନାଲ ସ୍ଥିତ ମଣ୍ଡିରେ ବସିବ ମହାପଞ୍ଚାୟତ । ସଂଗଠନ ଅଭିଯୋଗ କରିଛି ହରିୟାଣା ସରକାର ସହିଦ ସୁଶୀଲ କାଜଲ ଓ ଅନ୍ୟ ଆହତ କୃଷକଙ୍କୁ ସହାୟତା ଦେବା ବଦଳରେ ତାଙ୍କ ବିରୋଧରେ ମାମଲା ଚଳାଇଛନ୍ତି ସରକାର ।