ଓଡିଶା

odisha

ETV Bharat / bharat

ପ୍ରତିଶ୍ରୁତି ଭୁଲିଗଲେ ମୋଦି ସରକାର, ସଂଯୁକ୍ତ କିଷାନ ମୋର୍ଚ୍ଚାର ଚକାଜାମ ଆନ୍ଦୋଳନ - କେନ୍ଦ୍ର ସରକାର ପ୍ରତିଶ୍ରୁତି

ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କୃଷକଙ୍କୁ କେନ୍ଦ୍ର ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତି ଭୁଲିଗଲେ । ସର୍ଦ୍ଦାର ଉଦ୍ଧମ ସିଂଙ୍କ ଶହୀଦ ଦିବସ ଅବସରରେ ସାରା ଦେଶରେ ଚକାଜାମ ଆନ୍ଦୋଳନ ପାଳିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ଅଧିକ ପଢନ୍ତୁ

ମୋଦି ସରକାର ବିରୋଧରେ ବର୍ଷିଲା ସଂଯୁକ୍ତ କିଷାନ ମୋର୍ଚ୍ଚା
ମୋଦି ସରକାର ବିରୋଧରେ ବର୍ଷିଲା ସଂଯୁକ୍ତ କିଷାନ ମୋର୍ଚ୍ଚା

By

Published : Aug 1, 2022, 1:58 PM IST

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଆନ୍ଦୋଳନ ବେଳେ ଚାଷୀଙ୍କୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିବା ଅଭିଯୋଗରେ ଦେଶବ୍ୟାପୀ ଆନ୍ଦୋଳନ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସର୍ଦ୍ଦାର ଉଦ୍ଧମ ସିଂଙ୍କ ଶହୀଦ ଦିବସ ଅବସରରେ ଦେଶବ୍ୟାପୀ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଚଳିତ ମାସ 3 ତାରିଖରେ ମୋର୍ଚ୍ଚା ଆୟୋଜନ କରିଥିବା ବୈଠକରେ କେନ୍ଦ୍ର ସରକାରଙ୍କୁ ପ୍ରତିଶ୍ରୁତି ସ୍ମରଣ କରାଇବା ପାଇଁ ଦେଶବ୍ୟାପୀ ଚକାଜାମ ଆନ୍ଦୋଳନ ନିଷ୍ପତ୍ତି ହୋଇଥିଲା ।

ସଂଗଠନ ପକ୍ଷରୁ ଦିଆଯାଇଥିବା ଡାକରାରେ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଏବଂ ତ୍ରିପୁରା ସମେତ ଅନ୍ୟ ରାଜ୍ୟରେ ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ପ୍ରତିକାତ୍ମକ ଭାବେ ରେଳରୋକ ମଧ୍ୟ କରିଥିଲେ ସଂଗଠନର ସଦସ୍ୟ ।

ସଂଗଠନର ଅଭିଯୋଗ ଅନୁସାରେ, ଦେଶରେ କେନ୍ଦ୍ର ସରକାର ଆଣିଥିବା କେନ୍ଦ୍ରୀୟ କୃଷି ଆଇନ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଏକାଧିକ କୃଷକ ସଂଗଠନ । ପ୍ରାୟ ଦେଢ ବର୍ଷ ପରେ ସରକାର ଓ ଆନ୍ଦୋଳନକାରୀ ସଂଗଠନଙ୍କ ମଧ୍ୟରେ ଏକାଧିକ ପର୍ଯ୍ୟାୟ ଆଲୋଚନା ପରେ ସେମାନେ ଆନ୍ଦୋଳନରୁ ଓହରିବା ପାଇଁ ସହମତି ପ୍ରକାଶ କରିଥିଲେ । ତେବେ 9 ଡିସେମ୍ବର 2021 ରେ ଆନ୍ଦୋଳନରତ ଚାଷୀଙ୍କ ଦାବି ପୂରଣ ଦିଗରେ କେନ୍ଦ୍ର ସରକାର ସହମତି ପ୍ରକାଶ କରିବା ସହ କିଛି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନ ଶେଷ ହେବା ପରେ ସେସବୁ ପ୍ରତିଶ୍ରୁତି ଭୁଲିଗଲେ କେନ୍ଦ୍ର ସରକାର ।

ମୋଦି ସରକାର ବିରୋଧରେ ବର୍ଷିଲା ସଂଯୁକ୍ତ କିଷାନ ମୋର୍ଚ୍ଚା

କେନ୍ଦ୍ର ସରକାର ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ଏଥିରେ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ପାଇଁ ଆଇନଗତ ଗ୍ୟାରେଣ୍ଟି ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଦାବି ଥିବାବେଳେ କେନ୍ଦ୍ର ସରକାର କିନ୍ତୁ ଆଲୋଚନା କରିବାକୁ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହଁନ୍ତି ବୋଲି ଅଭିଯୋଗ କରିଛି ମୋର୍ଚ୍ଚା ।

ABOUT THE AUTHOR

...view details