ଚଣ୍ଡିଗଡ:କେନ୍ଦ୍ର ସରକାରଙ୍କ କୃଷି ଆନ୍ଦୋଳନକୁ ବିରୋଧ କରି ଦୀର୍ଘ 46 ଦିନ ଧରି କୃଷକମାନେ ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଏହି ଆନ୍ଦୋଳନବେଳେ କିଛି ଆନ୍ଦୋଳନରତ କୃଷକ ମୃତ୍ୟୁବରଣ କରୁଛନ୍ତି । ପୁଣି ସୋମବାର ବହାଦୁରଗଡ଼-ଦିଲ୍ଲୀ ଟିକ୍ରି ସୀମାରେ ହୃଦଘାତ ଯୋଗୁଁ ଆଉ ଜଣେ ଆନ୍ଦୋଳନରତ କୃଷକଙ୍କର ମୃତ୍ୟୁ ଘଟିଛି ।
ମୃତ୍ୟୁବରଣ କରିଥିବା ଚାଷୀ ଜଗଦୀଶ ପଞ୍ଜାବର ମୁକ୍ତସର ଜିଲ୍ଲାର ବୋଲି ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା । ହୃଦଘାତ ଯୋଗୁଁ ଜଗଦୀଶଙ୍କ ମୃ୍ତ୍ୟୁ ହୋଇଥିବା ଜଣାପଡିଛି । ଏଯାବତ୍ ଟିକ୍ରି ବର୍ଡରରେ 14 ଜଣ ଚାଷୀଙ୍କ ମୃ୍ତ୍ୟୁ ଘଟିଥିବାବେଳେ ଚାଷୀ ଆନ୍ଦୋଳନରେ ମୋଟ 56 ଜଣଙ୍କ ମୃ୍ତ୍ୟୁ ଘଟିଛି ।