ଓଡିଶା

odisha

By

Published : Mar 7, 2021, 5:50 PM IST

ETV Bharat / bharat

13ରେ କୋଲକାତା ଯିବେ ଟିକାୟତ, ସ୍ଥାନୀୟ ଚାଷୀଙ୍କ ସହ କରିବେ ଆଲୋଚନା

ଆସନ୍ତା 13 ତାରିଖେରେ କୋଲକାତା ଗସ୍ତ କରିବେ ଚାଷୀନେତା ତଥା ଭାରତୀୟ କୃଷକ ୟୁନିୟନର ମୁଖ୍ୟ ପ୍ରବକ୍ତା ରାକେଶ ଟିକାୟତ । ଅଧିକ ପଢନ୍ତୁ...

13 ରେ କୋଲକାତା ଯିବେ ଟିକାୟତ , ସ୍ଥାନୀୟ ଚାଷୀଙ୍କ ସହ କରିବେ ଆଲୋଚନା
13 ରେ କୋଲକାତା ଯିବେ ଟିକାୟତ , ସ୍ଥାନୀୟ ଚାଷୀଙ୍କ ସହ କରିବେ ଆଲୋଚନା13 ରେ କୋଲକାତା ଯିବେ ଟିକାୟତ , ସ୍ଥାନୀୟ ଚାଷୀଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତା 13 ତାରିଖରେ କୋଲକାତା ଗସ୍ତ କରିବେ ଚାଷୀନେତା ତଥା ଭାରତୀୟ କୃଷକ ୟୁନିୟନର ମୁଖ୍ୟ ପ୍ରବକ୍ତା ରାକେଶ ଟିକାୟତ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଟିକାୟତ କହିଛନ୍ତି ପୁରା କେନ୍ଦ୍ର ସରକାର କୋଲକାତାରେ ଡେରା ପକାଇଛନ୍ତି। ତେବେ ସେ ମଧ୍ୟ ଆସନ୍ତା 13 ତାରିଖରେ କୋଲକାତା ଯାଇ ସେଠାକାର ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ସୂଚନା କହିଛନ୍ତି ।

ଗତକିଛି ଦିନ ହେଲା ସେ ଉତ୍ତର ଭାରତରେ ବିଭିନ୍ନ ସ୍ଥାନରେ କୃଷକ ମହାପଞ୍ଚାୟତ ଆୟୋଜନ କରି ଆସୁଥିବା ଦେଖିବାକୁ ମିଳୁଛି । ତେବେ ସେ ଉତ୍ତର ଭାରତରୁ ଏହି ଅଭିଯାନ ସେ ଅନ୍ୟ ରାଜ୍ୟକୁ ମଧ୍ୟକୁ ପ୍ରସାରିତ କରିବାକୁ ଯାଉଛନ୍ତି । ସେପଟେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାବେଳେ ଆଜି ବଙ୍ଗ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅନ୍ୟ ବିଜେପି ନେତାମାନେ ମଧ୍ୟ ବାରମ୍ବାର ବଙ୍ଗଳା ଗସ୍ତ କରୁଥିବା ଦେଖିବାକୁ ମିଳୁଛି ।

ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲା ହିଂସା ପରେ କିଛି ଚାଷୀ ସଂଗଠନ ସେମାନଙ୍କର ସମର୍ଥନ ପ୍ରତ୍ୟାହାର କରିନେଇଥିବା ବେଳେ ଟିକାୟତ ଓ ଅନ୍ୟ କିଛି ସଂଗଠନ ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଥିବା ଦେଖିବାକୁ ମିଳିଛି । ତେବେ ହରିୟାଣା ଓ ପଞ୍ଜାବର ବିଭିନ୍ନ ସ୍ଥାନରେ କୃଷକ ମହାପଞ୍ଚାୟତ ଆୟୋଜନ କରି କୃଷି ଆନ୍ଦୋଳନକୁ ଶକ୍ତି ଯୋଗାଇବା ପାଇଁ ପ୍ରଚେଷ୍ଟ ଜାରି ରଖିଛନ୍ତି ଟିକାୟତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details