ଓଡିଶା

odisha

ETV Bharat / bharat

‘ବିଶ୍ବାସଘାତକତା କଲେ ଚାଷୀ ନେତା, ନିଆଯିବ କଡା କାର୍ଯ୍ୟାନୁଷ୍ଠାନ’ - ଦିଲ୍ଲୀ ପୋଲିସ ବୟାନ

ଯଦି କୌଣସି ଚାଷୀ ନେତା ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ଛଡାଯିବ ନାହିଁ ।' ଦିଲ୍ଲୀରେ ଟ୍ରାକ୍ଟର ପରେଡ ହିଂସାକୁ ନେଇ ଏପରି ବୟାନ ଦେଇଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଦିଲ୍ଲୀ ପୋଲିସର ବୟାନ: ବିଶ୍ବାସଘାତକତା କଲେ ଚାଷୀ ନେତା, ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
ଦିଲ୍ଲୀ ପୋଲିସର ବୟାନ: ବିଶ୍ବାସଘାତକତା କଲେ ଚାଷୀ ନେତା, ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

By

Published : Jan 27, 2021, 9:32 PM IST

ନୂଆଦିଲ୍ଲୀ: 'ବିଶ୍ବାସ ଘାତକତା କରିଛନ୍ତି ଚାଷୀ । ଆମେ ସଞ୍ଜମତା ରକ୍ଷା କରିଥିଲୁ । ଯଦି କୌଣସି ଚାଷୀ ନେତା ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ଛଡାଯିବ ନାହିଁ ।' ଦିଲ୍ଲୀରେ ଟ୍ରାକ୍ଟର ପରେଡ ହିଂସାକୁ ନେଇ ଏପରି ବୟାନ ଦେଇଛି ଦିଲ୍ଲୀ ପୋଲିସ ।

ହିଂସାକୁ ନେଇ ବୁଧବାର ହୋଇଛି ଦିଲ୍ଲୀ ପୋଲିସର ସାମ୍ବାଦିକ ସମ୍ମିଳନୀ । ଏଥିରେ ଦିଲ୍ଲୀ ପୋଲିସ କମିଶନର କହିଛନ୍ତି ଯେ ଯଦି କୌଣସି ଚାଷୀ ନେତା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଛଡାଯିବ ନାହିଁ । 25ରୁ ଅଧିକ ଏତଲା ଦାଏର କରିସାରିଛି ପୋଲିସ । ହିଂସା ସହିତ ଜଡିତ ଭିଡିଓ ଫୁଟେଜ ମଧ୍ୟ ରହିଛି । ଦଙ୍ଗାକାରୀଙ୍କ ମୁହଁ ଚିହ୍ନଟ ପାଇଁ ପାଇଁ ସଫ୍ଟୱେୟାରର ବ୍ୟବହାର କରାଯାଉଛି ବୋଲି ପୋଲିସ କମିଶନର ନିଜ ବୟାନରେ କହିଛନ୍ତି ।

ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ କହିଛନ୍ତି ହିଂସାରେ 394 ପୋଲିସ କର୍ମୀ ଆହତ ହୋଇଛନ୍ତି । ଚାଷୀନେତାମାନ ଚାଷୀଙ୍କୁ ଉସକାଉଥିଲେ । ଗାଜିପୁରରେ ରାକେଶ ଟିକାୟତଙ୍କ ଟିଂ ବ୍ୟାରିକେଡ ଭାଙ୍ଗି ଆଗକୁ ଧସେଇ ପଶିଥିଲେ । ପୋଲିସ ସାମ୍ନାରେ କୌଣସି ବିକଳ୍ପ ନଥିବାରୁ ଆମେ ସଞ୍ଜମତା ରକ୍ଷା କରିଥିଲୁ ବୋଲି କହିଛନ୍ତି ସିପି ।

ସେହିପରି ସିପି କହିଛନ୍ତି, ଚାଷୀ ନେତାମାନେ ହିଂସାରେ ସାମିଲ ଥିଲେ । ହିଂସାରେ 30 ଗାଡିକୁ କ୍ଷତି ପହଞ୍ଚିଛି । ତେବେ ଆନ୍ଦୋଳକାରୀଙ୍କୁ ରୋକିବା ପାଇଂ ବାଧ୍ୟହୋଇ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ।

କମିଶନରଙ୍କ କହିବାନୁଯାୟୀ ଜାନୁଆରୀ ୨ରେ ଏକ ଟ୍ରାକ୍ଟର ରାଲି ହେବାକୁ ଯାଉଥିବା ଜଣା ପଡିଥିଲା । ଚାଷୀଙ୍କ ସହ 9 ରାଉଣ୍ଡ ବୈଠକ ହୋଇଥିଲା । ଆମେ ତାଙ୍କୁ ନିବେଦନ କରି କହିଲୁ ଯେ 26 ତାରିଖ ଦିନ ଦେଶ ଗଣତନ୍ତ୍ର ଦିବସ ପାଳନ କରୁଛି, ବର୍ତ୍ତମାନ ରାଲିର ଅନୁମତି ଦିଆଯାଇପାରିବ ନାହିଁ । ହେଲେ ଚାଷୀମାନେ ନିଜ ଜିଦରେ ଅଟଳ ଥିଲେ ।

ଏସଏନ ଶ୍ରୀବାସ୍ତବ କହିଛନ୍ତି ଯେ କୃଷକ ନେତାମାନଙ୍କୁ ଏକ ଲିଖିତ ପ୍ରସ୍ତାବ ଦିଆଯାଇଛି। ଏଥିରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାକ୍ଟର ମାର୍ଚ୍ଚ 12ଟାରୁ ଆରମ୍ଭ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦ୍ୱିତୀୟ ପଦଯାତ୍ରା କୃଷକ ନେତାଙ୍କ ନେତୃତ୍ୱ ନେବା ଉଚିତ୍। ନେତା ବ୍ୟାଚ୍ ସହିତ ଚାଲନ୍ତି | ସେଠାରେ 5000ରୁ ଅଧିକ ଟ୍ରାକ୍ଟର ନାହିଁ ଏବଂ ଅସ୍ତ୍ରଶସ୍ତ୍ର ନାହିଁ | କିନ୍ତୁ ସେ ଦେଇଥିବା ପ୍ରତିଶ୍ରୁତି ପ୍ରତ୍ୟାବର୍ତ୍ତନ କଲେ।

ଏସଏନ ଶ୍ରୀବାସ୍ତବ କହିଛନ୍ତି ଯେ ଚାଷୀ ନେତାମାନେ ସକାଳ 6.30ରୁ ବ୍ୟାରିକେଡ ଭାଙ୍ଗିବାକୁ ପ୍ରସ୍ତୁତ ହୋଇଥିଲେ। ମୁକରବା ଛକରେ ପହଞ୍ଚିଲେ ଚାଷୀ । ସେଠାରେ ସତନାମ ସିଂ ପନ୍ନୁ ଏକ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ। ସମସ୍ତ ଚାଷୀ ବିଭିନ୍ନ ସୀମାରୁ ବାହାରିଥିଲେ। ଟ୍ରାକ୍ଟର ପରେଡ ମଧ୍ୟାହ୍ନ 12ଟାରେ ସ୍ଥିର କରାଯାଇଥିଲେ ସୁଦ୍ଧା ଚାଷୀମାନେ ଏହାର ଅବ୍ୟବହିତ ପୂର୍ବରୁ ଦିଲ୍ଲୀରେ ଧସେଇ ପଶିଥିବା କହିଛନ୍ତି ସିପି ।

ABOUT THE AUTHOR

...view details