ଓଡିଶା

odisha

By ETV Bharat Odisha Team

Published : Dec 9, 2023, 10:45 PM IST

ETV Bharat / bharat

ଷଣ୍ଢ ଆକ୍ରମଣରେ ଅକାଳରେ ଚାଲିଗଲା ଚାଷୀଙ୍କ ଜୀବନ, ହସ୍ପିଟାଲ ବେଡରେ ପତ୍ନୀ

ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା । ଷଣ୍ଢ ଆକ୍ରମଣରେ ଅକାଳରେ ଚାଲିଗଲା ଚାଷୀଙ୍କ ଜୀବନ । ଅଧିକ ପଢନ୍ତୁ

Bull attack in Muzaffarnagar
Bull attack in Muzaffarnagar

ଲକ୍ଷ୍ନୌ: ଦିନକୁ ଦିନ ହିଂସ୍ର ହେବାରେ ଲାଗିଛନ୍ତି ପଶୁ । କେତେବେଳେ ପାଳିତ ପଶୁ ଆକ୍ରମଣ ତ ଆଉ କେତେବେଳେ ବୁଲା କୁକୁରଙ୍କ ଆକ୍ରମଣ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଷଣ୍ଢ ଆକ୍ରମଣରେ ଅକାଳରେ ପ୍ରାଣ ହରାଇଛନ୍ତି ଜଣେ ଚାଷୀ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ମୁଜ୍ଜଫରନଗର ଅଞ୍ଚଳରେ ଘଟିଯାଇଛି । ଷଣ୍ଢ ଆକ୍ରମଣରେ ମୃତ ଚାଷୀଙ୍କ ପତ୍ନୀ ଓ ଅନ୍ୟ ୨ ଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ମୁଜ୍ଜଫରନଗର ଜନପଦର ଜାନସଠ ଥାନା ଅଧୀନସ୍ଥ ଭଣ୍ଡୁର ଗାଁରେ ଜଣେ ଚାଷୀଙ୍କ ଉପରେ ଷଣ୍ଢ ଆକ୍ରମଣ କରିଛି । ଚାଷୀ ଜଣକ ଆଖୁ କ୍ଷେତରେ କାମ କରୁଥିବା ସମୟରେ ଷଣ୍ଢ ହଠାତ ଆକ୍ରମଣ କରିଥିଲା । ଫଳରେ ଚାଷୀ ସତୀଶ ସୈନିଙ୍କ ଅକାଳରେ ମୃତ୍ୟୁ ଘଟିଥିବା ୨ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା ଜାରି ରହିଛି । ଏହି ଘଟଣା ପରେ ଏବେ ପାଳିତ ଓ ବୁଲା ପଶୁଙ୍କ ପ୍ରତି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ- ଦିଲ୍ଲୀ ଏନସିଆରରେ ବୁଲା ଗୋରୁ ଆତଙ୍କ, ଷଣ୍ଢ ଆକ୍ରମଣରେ ଛାତ୍ରୀ ଗୁରୁତର

ସ୍ଥାନୀୟ ଲୋକଙ୍କ କହିବାନୁସାରେ ଭଣ୍ଡୁର ଅଧିବାସୀ ସତୀଶ ସୈନି ନିଜ ପତ୍ନୀ ଓ ଭାଇ ସନ୍ଥ କୁମାରଙ୍କ ପତ୍ନୀ କୁନ୍ତାଙ୍କ ସହିତ ଶନିବାର ଆଖୁ କ୍ଷେତରେ କାମ କରୁଥିଲେ । ଠିକ ଏହି ସମୟରେ ହଠାତ ଏକ ଷଣ୍ଢ କ୍ଷେତ ମଧ୍ୟକୁ ଚାଲି ଆସିଥିଲା । ଏହାପରେ ସେ ଚାଷୀ ଓ ତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲା । ଏହି ଷଣ୍ଢ ଆକ୍ରମଣରେ ଘଟଣାସ୍ଥଳରେ ହିଁ ଚାଷୀ ସତୀଶଙ୍କ ମୃତ୍ୟୁ ଘଟିଥିଲା । ତାଙ୍କୁ ଷଣ୍ଢ ଆକ୍ରମଣରୁ ରକ୍ଷା କରିବା ଲାଗି ଆସିଥିବା ପତ୍ନୀ ଓ ଭାଇବୋହୂ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ- ଅତିଷ୍ଠ କଲା ବୁଲା କୁକୁର ଓ ଗାଈଗୋରୁଙ୍କ ପ୍ରାଦୁର୍ଭାବ, ଘଉଡ଼ାଇ ତହସିଲ କାର୍ଯ୍ୟାଳୟରେ ଛାଡ଼ି ଦେଇ ଆସିଲେ ଲୋକେ

ଏହାପରେ ଚାଷୀଙ୍କ ପରିବାର ଖୁବ ଜୋରରେ ଚିତ୍କାର କରିବା ପରେ ଆଖପାଖରେ ଥିବା ଅନ୍ୟ ଚାଷୀମାନେ ଘଟଣାସ୍ଥଳକୁ ଦୌଡ଼ିକି ଆସିଥିଲେ । ଏହାପରେ ଷଣ୍ଢକୁ ଘଉଡାଇଥିଲେ ସୁଦ୍ଧା ଚାଷୀଙ୍କ ମୃତ୍ୟୁ ଘଟିସାରିଥିଲା । ଏହାପରେ ସେମାନେ ଆହତ ମହିଳା ଦ୍ବୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏହି ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details