ଓଡିଶା

odisha

ETV Bharat / bharat

ଚାଷୀଙ୍କ ହକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସନ୍ଥ ବାବା ରାମ ସିଂହ - ସିଂଘୁ ସୀମା

ସିଂଘୁ ସୀମାରେ ଜଣେ ଆନ୍ଦୋଳନରତ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ସିଂଘୁ ସୀମାରେ ନିଜକୁ ଗୁଳି କରି ଆନ୍ଦୋଳନରତ ଚାଷୀଙ୍କ ଆତ୍ମହତ୍ୟା
ସିଂଘୁ ସୀମାରେ ନିଜକୁ ଗୁଳି କରି ଆନ୍ଦୋଳନରତ ଚାଷୀଙ୍କ ଆତ୍ମହତ୍ୟା

By

Published : Dec 16, 2020, 6:36 PM IST

Updated : Dec 16, 2020, 8:52 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକରାଙ୍କ କୃଷି ଆଇନ ବିରୋଧରେ 21 ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ । ନିଜ ଦାବିରୁ ଓହରିବାକୁ ନାରାଜ ଚାଷୀ । ଏହାରି ମଧ୍ୟରେ ସିଂଘୁ ସୀମାରେ ଜଣେ ଆନ୍ଦୋଳନରତ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଖବର ସାମ୍ନାକୁ ଆସିଛି ।

ଚାଷୀଙ୍କ ହକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସନ୍ଥ ବାବା ରାମ ସିଂହ

ଦିଲ୍ଲୀକୁ ଲାଗିଥିବା ସିଂଘୁ ସୀମାରେ ଜଣେ ଆନ୍ଦୋଳନରତ ଚାଷୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଏହା ପରେ ତାଙ୍କୁ ତୁରନ୍ତ ପାନିପତର ପାର୍କ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ମୃତ ଚାଷୀ ଜଣକ କରନାଲର ସନ୍ଥ ବାବା ରାମ ସିଂହ ବୋଲି ସୂଚନା ମିଳିଛି । ସୋନୀପତ ପୋଲିସ ଘଟଣାର କରୁଛି ଯାଞ୍ଚ ।

ଆତ୍ମହତ୍ୟା ପରେ ବାବା ରାମ ସିଂହଙ୍କ ସୁଇସାଇଡ ନୋଟ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ସେ ଚାଷୀ ଆନ୍ଦୋଳନ ବିଷୟ ଉଠାଇ ଲେଖିଛନ୍ତି ଯେ ସେମାନଙ୍କ ହକ ପାଇଁ ସ୍ବର ଉଠାଇଛି । ଚାଷୀଙ୍କ ଉପରେ ସରକାରଙ୍କ ଅତ୍ୟାଚାର ବିରୋଧରେ ସେ ଆତ୍ମହତ୍ୟା କରୁଥିବା ଲେଖିଛନ୍ତି । ବାବା ରାମ ସିଂହ ମଧ୍ୟ ଜଣେ ଚାଷୀ ଓ ସେ ହରିୟାଣା ଏସଜିପିସିର ନେତା ଥିଲେ ।

ସେପ୍ଟେମ୍ବରରେ ସଂସଦରେ ପାରିତ କୃଷି ଆଇନ ବିରୋଧରେ ହଜାର ହଜାର ସଂଖ୍ୟକ ପଞ୍ଜାବ ଓ ହରିୟାଣାର ଚାଷୀ ଦିଲ୍ଲୀ ସୀମାରେ ପ୍ରଦର୍ଶନ ଜାରି କରିଛନ୍ତି । 3ଟି ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରୁଛନ୍ତି ଚାଷୀ । ଏହାରି ମଧ୍ୟରେ କିଛି ଚାଷୀଙ୍କର ହୃଦଘାତରେ ମଧ୍ୟ ମୃତ୍ୟୁ ହୋଇସାରିଲାଣି ।

Last Updated : Dec 16, 2020, 8:52 PM IST

ABOUT THE AUTHOR

...view details