ଚଣ୍ଡିଗଡ଼: ସାରାଦେଶରେ କୋରୋନାର ଦ୍ବିତୀୟ ଲହରୀ ତାଣ୍ଡବ ରଚୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି କିଛି ସରକାର ସେମାନଙ୍କ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । କିନ୍ତୁ ସରକାରଙ୍କ ଏହି ଲକଡାଉନ ଘୋଷଣାକୁ ବିରୋଧ କରିଛନ୍ତି କୃଷକ ସଂଗଠନ । ସେମାନେ ପଞ୍ଜାବ ସରକାରଙ୍କ ଦ୍ବାରା ଲଗାଯାଇଥିବା ଲକଡାଉନ ବିରୋଧରେ ମେ 8 ରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଆହ୍ବାନ ଦେଇଛନ୍ତି ।
ମେ 8ରେ ଲକଡାଉନ ବିରୋଧରେ ବିକ୍ଷୋଭ କରିବ କୃଷକ ସଂଗଠନ, ଖୋଲିବେ ଦୋକାନବଜାର - ଲକଡାଉନ ବିରୋଧରେ ବିକ୍ଷୋଭ କରିବ କୃଷକ ସଂଗଠନ
ସାରାଦେଶରେ କୋରୋନାର ଦ୍ବିତୀୟ ଲହରୀ ତାଣ୍ଡବ ରଚୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି କିଛି ସରକାର ସେମାନଙ୍କ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । କିନ୍ତୁ ଏହି ଲକଡାଉନ ଘୋଷଣାକୁ ବିରୋଧ କରିଛନ୍ତି କୃଷକ ସଂଗଠନ । ଏନେଇ ସେମାନେ ମେ 8ରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ...
ଏହି ବିକ୍ଷୋଭରେ ପଞ୍ଜାବର ୩୨ କୃଷକ ସଂଗଠନ ସାମିଲ ହୋଇଛନ୍ତି । ଯାହା ସଂଯୁକ୍ତ କିଶାନ ମୋର୍ଚ୍ଚାର ଅଂଶ ଅଟେ । ତେବେ ଆସନ୍ତା ୮ ତାରିଖରେ ସେମାନେ ପଞ୍ଜାବରେ ଦୋକାନ ବଜାର ଖୋଲିବାକୁ ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କୁ ଆହ୍ବାନ କରିଛନ୍ତି। ଏହା ସହ ମେ ୧୦ ଏବଂ ୧୨ ତାରିଖରେ କୃଷକମାନେ ପୁଣି ଥରେ ଦିଲ୍ଲୀ ସୀମାର ଧାରଣାସ୍ଥଳରେ ଏକାଠି ହେବେ ବୋଲି ଚେତାବନୀ ଦେଇଛନ୍ତି।
କୃଷକ ସଂଗଠନର ନେତା ବଲଦେବ ସିଂ ନିହାଲଗଢଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ସିଙ୍ଗୁ ସୀମାରେ କୃଷକ ସଂଗଠନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କେନ୍ଦ୍ର ସରକାର କୋରୋନାର ଦ୍ବିତୀୟ ଲହରୀ କହି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। କୃଷକ ନେତା ବଲବୀର ସିଂ ରାଜୱାଲ କହିଛନ୍ତି, “କୋରୋନା ମହାମାରୀ ବିରୋଧରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ନାଗରିକମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଏବଂ ମୌଳିକ ସୁବିଧା ଯୋଗାଇବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି ଏବଂ ବର୍ତ୍ତମାନ ପୁଣି ଥରେ ଲକଡାଉନ ଲୋକଙ୍କ ଠାରୁ ତାଙ୍କ ଜୀବିକା ଛଡ଼ାଇ ନେଇଛି। ତେଣୁ ସଂକ୍ରମଣ ରୋକିବା ପାଇଁ, ଲକଡାଉନ ଏହାର ସମାଧାନର ବାଟ ନୁହେଁ ବୋଲି ସେମାନେ କହିଛନ୍ତି । ତେଣୁ ମେ 8 ରେ ବହୁ ସଂଖ୍ୟକ କୃଷକ, ଶ୍ରମିକ, ଦୋକାନୀ ରାସ୍ତାରେ ଆସି ଲକଡାଉନକୁ ବିରୋଧ କରିବେ ବୋଲି ବି.କେ.ୟୁ (ଡାକାଉଣ୍ଡା) ସଭାପତି ବୁଟା ସିଂ ବୁର୍ଜଗିଲ କହିଛନ୍ତି।