ଓଡିଶା

odisha

By

Published : Nov 29, 2021, 3:27 PM IST

ETV Bharat / bharat

Farm Laws Repeal Bill: ଉଭୟ ଗୃହରେ ପ୍ରତ୍ୟାହାର ବିଲ ପାରିତ

ସଂସଦର ଉଭୟ ଗୃହରେ ପାରିତ ହୋଇଛି କୃଷି ଆଇନ ପ୍ରତ୍ୟାହାର ବିଲ (Farm Laws Repeal Bill) । ପ୍ରବଳ ହଟ୍ଟଗୋଳ ମଧ୍ୟେରେ ବିଲ ପାରିତ । ଚର୍ଚ୍ଚା ନହେବାରୁ ତାତିଲେ ବିରୋଧୀ । ଆସନ୍ତାକାଲି ଯାଏଁ ଲୋକସଭା ମୁଲତବୀ । ଅଧିକ ପଢନ୍ତୁ

Farm Laws Repeal Bill: ଉଭୟ ଗୃହରେ ପ୍ରତ୍ୟାହାର ବିଲ ପାରିତ
Farm Laws Repeal Bill: ଉଭୟ ଗୃହରେ ପ୍ରତ୍ୟାହାର ବିଲ ପାରିତ

ନୂଆଦିଲ୍ଲୀ: ଶୀତ ଅଧିବେଶନ (winter session of Parliament)ର ପ୍ରଥମ ଦିନରେ ସଂସଦର ଉଭୟ ଗୃହରେ ପାରିତ ହୋଇଛି କୃଷି ଆଇନ ପ୍ରତ୍ୟାହାର ବିଲ (Farm Laws Repeal Bill) । ବିଲ ଗୃହିତ ହେବାର କିଛି ସମୟ ମଧ୍ୟରେ ପ୍ରଥମେ ଲୋକସଭାରେ ପରେ ରାଜ୍ୟସଭାରେ ପାରିତ ହୋଇଛି । ଗୃହରେ ବିରୋଧୀ ଦଳର ସାଂସଦମାନେ ଏହି ଆଇନ ସମ୍ପର୍କରେ ଚର୍ଚ୍ଚା କରବା ପାଇଁ ଦାବି କରି ହଟ୍ଟଗୋଳ କରିଥିଲେ । ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ପ୍ରତ୍ୟାହାର ବିଲ ପାରିତ ହୋଇଛି ।

ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଯୋଗୁ ୧୨ଟା ଯାଏଁ ଲୋକସଭାକୁ ମୁଲତବୀ ରଖିଥିଲେ ବାଚସ୍ପତି । ପୁନଃ ଗୃହ ସ୍ବାଭାବିକ ହେବା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Agriculture Minister Narendra Singh Tomar)ଲୋକସଭାରେ ଏହି ବିଲ ଉପସ୍ଥାପନ କରିଥିଲେ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଲ ପାରିତ ହୋଇଥିଲା । କଂଗ୍ରେସର ବିରୋଧୀ ଦଳ ନେତା ଅଧିରରଞ୍ଜନ ଚୌଧୁରୀ ବିଲ ଉପରେ ଚର୍ଚ୍ଚା କରିବା ପାଇଣ ଦାବି କରିଥିଲେ ।

ସେହିପରି ରାଜ୍ୟ ସଭାରେ ମଧ୍ୟ ବିଲ ଆଗତ ହେବା ପରେ ହୋହାଲ୍ଲା କରିଥିଲେ ବିରୋଧୀ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ ମାତ୍ର ୨ ମିନିଟ ଚର୍ଚ୍ଚା ପାଇଁ ସମୟ ଦେଇଥିଲେ । ସରକାର ଆଗାମୀ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଇନ ପ୍ରତ୍ୟାହାର କରିଥିବା ଅଭିଯୋଗ କରିଥିଲେ ବିରୋଧୀ । ସେହିପରି କୃଷକ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରିଥିଲେ ବିରୋଧୀ । ତେବେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିବାଦୀୟ କୃଷି ଆଇନ ସଂସଦର ଉଭୟ ଗୃହରେ ପାରିତ ହୋଇଛି ।

ଶୀତ ଅଧିବେଶନରେ କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ରଦ୍ଦ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସ 19 ତାରିଖରେ ଘୋଷଣା କରିଥିଲେ। ଶୀତ ଅଧିବେଶନ 23 ଡିସେମ୍ବର ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ପ୍ରଥମ ଦିନରେ ଉଭୟ ଗୃହରେ ଏହି ବିବାଦୀୟ ବିଲ ପାରିତ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details