ନୂଆଦିଲ୍ଲୀ:ବିଳମ୍ବରେ ହେଉ ପଛେଦୀର୍ଘ ଦିନ ଧରି ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନ ସଫଳ ହୋଇଛି । ଆଜି ସଂସଦର ଶୀତ ଅଧିବେଶନରେ (Winter session of Parliament) କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ (Farm Laws Repeal Bill) ହୋଇଛି । ଜୀବନ ହରାଇଥିବା ୭୫୦ ଚାଷୀଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ (Rakesh Tikayat) । ଏହା ସହିତ MSP ସମେତ ଅନ୍ୟାନ୍ୟ ପ୍ରସଙ୍ଗ ବିଚାରାଧୀନ ଥିବାରୁ ବିରୋଧ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଶାନ ୟୁନିୟନ ( Bharatiya Kisan Union) ନେତା ରାକେଶ ଟିକାୟତ ।
ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ଟି ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହାର ବିଲ୍ ଉପସ୍ଥାପନ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ଆଧାରରେ ଆଜି ପ୍ରଥମ ଦିନରେ ବିବାଦୀୟ ଆଇନ୍କୁ ପ୍ରତ୍ୟାହାର ପାଇଁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ଲୋକସଭାରେ କୃଷି ଆଇନ୍ ଉଚ୍ଛେଦ ବିଲ୍ ପାରିତ ହୋଇଛି । ଜୀବନ ହରାଇଥିବା ୭୫୦ ଚାଷୀଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ (Rakesh Tikayat) ।