ଓଡିଶା

odisha

ETV Bharat / bharat

Farewell Ceremony: ସଂସଦ ଶାନ୍ତି ସଦଭାବନା ଓ ସମ୍ବାଦ ଆଧାରିତ ହେବା ଉଚିତ: ରାମନାଥ କୋବିନ୍ଦ - ରାଷ୍ଟ୍ରପତି କୋବିନ୍ଦ

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତବର୍ଷର ଚତୁର୍ଦ୍ଦଶ ରାଷ୍ଚ୍ରପତି ଭାବେ ନିଜ କାର୍ଯ୍ୟକାଳର ଶେଷ ଦିନ ପୂରଣ କରିଛନ୍ତି । ଯଦିଓ ଆସନ୍ତାକାଲି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । କିନ୍ତୁ ଆସନ୍ତାକାଲି (ରବିବାର) ଥିବାରୁ ଆଜି ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କ ଶେଷ କାର୍ଯ୍ୟ ଦିବସ ଥିଲା । ଫଳରେ ଆଜି ରାମନାଥ କୋବିନ୍ଦଙ୍କୁ ଦେଶ ବିଦାୟ ସମ୍ବର୍ଦ୍ଧନା ଦେଇଛି । ଅଧିକ ପଢନ୍ତୁ

Farewell Ceremony
Farewell Ceremony

By

Published : Jul 23, 2022, 11:00 PM IST

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତବର୍ଷର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳର ଶେଷ ଦିନ ପୂରଣ କରିଛନ୍ତି । ଯଦିଓ ଆସନ୍ତାକାଲି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । କିନ୍ତୁ ଆସନ୍ତାକାଲି (ରବିବାର) ଥିବାରୁ ଆଜି ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କ ଶେଷ କାର୍ଯ୍ୟ ଦିବସ ଥିଲା । ଫଳରେ ଆଜି ରାମନାଥ କୋବିନ୍ଦଙ୍କୁ ଦେଶ ବିଦାୟ ସମ୍ବର୍ଦ୍ଧନା ଦେଇଛି । ଏଥିପାଇଁ ସଂସଦର ସେଣ୍ଟ୍ରାଲ ହଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, ବିରୋଧୀ ଦଳନେତା ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ରମନ୍ତ୍ରୀ ମଣ୍ଡଳ, ଉଭୟ ସଦନର ସାଂସଦଗଣ ଓ ଅଧିକାରୀ କର୍ମଚାରୀ ଏହି ସମ୍ବର୍ଦ୍ଧନା ସଭାରେ ସାମିଲ ହୋଇଥିଲେ ।

ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ବିଦାୟୀ ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ଆଜି ମୁଁ ରାଷ୍ଟ୍ରପତି ପଦରୁ ବିଦାୟ ନେଉଛି । ୫ ବର୍ଷ ତଳେ ଏହି ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲି । ରାଷ୍ଟ୍ରପତି ଭାବେ ଦେଶର ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ । କୋବିନ୍ଦ ଆହୁରି କହିଛନ୍ତି ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର । ସାଂସଦମାନେ ବିତର୍କ ଓ ବିରୋଧ କରିବାର ଅଧିକାର ପ୍ରଦର୍ଶନ କଲାବେଳେ ଗାନ୍ଧିବାଦୀ ନୀତି ପାଳନ କରନ୍ତୁ ।

ସେହିପରି ରାଷ୍ଟ୍ରପତି କହିଥିଲେ ଆପଣ ସମସ୍ତଙ୍କୁ ଧନ୍ୟବାଦ । ଦେଶବାସୀଙ୍କୁ ମଧ୍ୟ ଧନ୍ୟବାଦ । ଆଜି ପୁରୁଣା ଦିନ ଆହୁରି ତାଜା ହେଉଛି । ଯେମିତି ଆମ ଦେଶର ପ୍ରତ୍ୟକ ପରିବାରରେ କିଛି କିଛି ପ୍ରସଙ୍ଗକୁ ନେଇ ମତଭେଦ ହୋଇଥାଏ, ଠିକ ସେହି ଭଳି ସଂସଦରେ ମଧ୍ୟ ସରକାର ବିପକ୍ଷ ଦଳ ଗୁଡିକ ମଧ୍ୟରେ କିଛି ମତଭେଦ ହୋଇଥାଏ । ଏହାସତ୍ବେ ଗଣତନ୍ତ୍ରର ସୁରକ୍ଷା ରାଷ୍ଟ୍ରର ମଙ୍ଗଳ ପାଇଁ ଆମେ ତର୍କ ବିତର୍କ କରି ଏକ ସୁସ୍ଥ ଓ ସ୍ଥାୟୀ ସମାଧାନ ବାହାର କରିଥାଉ ।

ରାଷ୍ଟ୍ରପତି କୋବିନ୍ଦ ଆଗକୁ ଆହୁରି କହିଥିଲେ ରାଜନୀତି ପ୍ରକ୍ରିୟାରେ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଭିନ୍ନ ଭିନ୍ନ ତର୍କ ରହିଥାଏ । କିନ୍ତୁ ଦଳଗତ ରାଜନୀତିରୁ ଉଠି ରାଷ୍ଟ୍ର ସର୍ବୋପରୀ ବିଚାରରେ ଦେଶବାସୀଙ୍କ ଆଶା ଅଭିଳାଷ ପୂରଣ ପାଇଁ କାମ କରିବାକୁ ହେବ । ବର୍ତ୍ତମାନର ବୈଶ୍ବୟିକ ଆହ୍ବାନ, ବିଭିନ୍ନ ପ୍ରତିକୂଳ ସ୍ଥିତିର ମୁକାବିଲା ପାଇଁ ସମସ୍ତ ଦଳକୁ ଏକାଠି ହୋଇ କାମ କରିବାକୁ ପଡିବ । ସଂସଦ ଶାନ୍ତି, ସଦଭାବନା, ଓ ସମ୍ବାଦ ଆଧାରିତ ହେବା ଉଚିତ ।

ABOUT THE AUTHOR

...view details