ଓଡିଶା

odisha

ETV Bharat / bharat

ବିଜାପୁର ବର୍ବରତା: ନକ୍ସଲଙ୍କ କବଜାରେ କୋବ୍ରା ବାଟାଲିୟନ ଯବାନ - ବିଜାପୁର ବର୍ବରତା

ନକ୍ସଲ ଆକ୍ରମଣରେ 22 ଯବାନ ପ୍ରାଣ ହରାଇସାରିଥିବା ବେଳେ ଏବେ ବି ଜଣେ ଯବାନ ଜଙ୍ଗଲରେ ନିଖୋଜ । ଆଉ ଏହି ନିଖୋଜ ଯବାନ ଏବେ ନକ୍ସଲଙ୍କ କବଜାରେ ଥିବା ନେଇ ମିଳିଛି ସୂଚନା । ଅଧିକ ପଢନ୍ତୁ...

ବିଜାପୁର ବର୍ବରତା: ନକ୍ସଲଙ୍କ କବଜାରେ କୋବ୍ରା ବାଟାଲିୟନ ଯବାନ
ବିଜାପୁର ବର୍ବରତା: ନକ୍ସଲଙ୍କ କବଜାରେ କୋବ୍ରା ବାଟାଲିୟନ ଯବାନ

By

Published : Apr 5, 2021, 5:51 PM IST

ଶ୍ରୀନଗର: ଛାତି ଥରାଉଛି ବିଜାପୁର ମାଟିରେ ନକ୍ସଲଙ୍କ ବର୍ବରତା । କେଉଁଠି ସ୍ତ୍ରୀ ମଥାରୁ ସିନ୍ଦୁର ଲିଭିଛି ତ ଆଉ କେଉଁଠି ଖାଲି ହୋଇଯାଇଛି ମା'ର କୋଳ । ସେପଟେ ଜଙ୍ଗଲର ମାଟି ରକ୍ତରେ ଭିଜିଥିବା ବେଳେ ଏପଟେ ପରିବାର ଲୋକଙ୍କ ଲୁହରେ ତିନ୍ତୁଛି ଗାଁ ଦାଣ୍ଡ ।

ବିଜାପୁର ବର୍ବରତା: ନକ୍ସଲଙ୍କ କବଜାରେ କୋବ୍ରା ବାଟାଲିୟନ ଯବାନ

ଛତିଶଗଡର ଛାତି ଉପରେ ଛିଡା ହୋଇ ନକ୍ସଲ ରଚିଥିବା ନାରକୀୟ କାଣ୍ଡରେ ଦୋହଲିଛି ପଲ୍ଲୀରୁ ଦିଲ୍ଲୀ । ଚାରିଆଡେ ଶୋକାକୂଳ ପରିବେଶ । କାନ୍ଦ ବୋବାଳିରେ ଫାଟି ପଡୁଛି ଘର ପରିବାର । ନକ୍ସଲ ଆକ୍ରମଣରେ 22 ଯବାନ ପ୍ରାଣ ହରାଇସାରିଥିବା ବେଳେ ଏବେ ବି ଜଣେ ଯବାନଙ୍କ ମିଳୁନି ପତ୍ତା । ଆଉ ଏହି ନିଖୋଜ ଯବାନ ଏବେ ନକ୍ସଲଙ୍କ କବଜାରେ ଥିବା ନେଇ ମିଳିଛି ସୂଚନା ।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ସୂଚନା ଅନୁଯାୟୀ, ନକ୍ସଲମାନେ ଜଣେ ସ୍ଥାନୀୟ ସମ୍ବାଦଦାତାଙ୍କୁ ନିଖୋଜ କୋବ୍ରା ବାଟାଲିୟନର ଯବାନ ରାକେଶ୍ବର ସିଂହ ମନହାସଙ୍କୁ ନିଜ କବଜାରେ ରଖିଥିବା ସ୍ପଷ୍ଟ କରିଛନ୍ତି । ବିଜାପୁର ଏନକାଉଣ୍ଟରରେ ଜମ୍ମୁ କାଶୀର ନିବାସୀ କୋବ୍ରା ବାଟାଲିୟନର ଯବାନ ରାକେଶ୍ବର ସିଂହ ଏବେ ବି ନିଖୋଜ ଅଛନ୍ତି । ପୋଲିସ ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି ଯେ ଏବେ 210 ତମ କୋବ୍ରା ବାଟାଲିୟନର କମାଣ୍ଡୋ ରାକେଶ୍ବର ସିଂହଙ୍କ ଏଯାବତ କୌଣସି ପତ୍ତା ମିଳିପାରୁନାହିଁ ।

ସେପଟେ ରାକେଶ୍ବରଙ୍କ ନିଖୋଜକୁ ନେଇ ଆଶାଆଶଙ୍କା ମଧ୍ୟରେ ରହିଛନ୍ତି ପରିବାର ଲୋକେ । ରାକେଶ୍ବରଙ୍କୁ ଶୀଘ୍ର ମୁକଳାଇବା ପାଇଁ ଅପିଲ କରିଛନ୍ତି ତାଙ୍କ ସ୍ତ୍ରୀ । ରାକେଶ୍ବରଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, 10 ବର୍ଷରୁ ତାଙ୍କ ସ୍ବାମୀ ଦେଶ ପାଇଁ ଲଢୁଛନ୍ତି । ଆଜି ବି ଦେଶ ପାଇଁ ଲଢେଇ କରିଛନ୍ତି ରାକେଶ୍ବର । ତାଙ୍କୁ ଶିଘ୍ର ଫେରାଇ ଆଣିବାକୁ ଆକୁଳ ଅନୁରୋଧ କରିଛନ୍ତି ସ୍ତ୍ରୀ ।

ଛତିଶଗଡର ବିଜାପୁରରେ ହୋଇଥିବା ଏନକାଉଣ୍ଟରରେ 22 ଯବାନ ଶହୀଦ ହୋଇଥିବା ବେଳେ 31 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଶହୀଦ ଯବାନଙ୍କ ମଧ୍ୟରେ ଡିଆରଜିର 8, ଏସଟିଏଫର 6, କୋବ୍ରା ବାଟାଲିୟନର 7 ଯବାନଙ୍କ ସମେତ ବସ୍ତର ବାଟାଲିୟନର ଜଣେ ଯବାନ ସାମିଲ ଅଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details