ଓଡିଶା

odisha

By

Published : Sep 7, 2022, 11:03 PM IST

ETV Bharat / bharat

ବର୍ଷାରେ ଧୋଇଗଲା ରାସ୍ତା, ଘରେ ଦୁଇଦିନ ପଡିରହିଲା ମୃତଦେହ

କର୍ଣ୍ଣାଟକରେ ପ୍ରବଳ ବର୍ଷା ଜାରି । ରାସ୍ତା ଧୋଇ ଯିବାରୁ 2 ଦିନ ଘରେ ପଡିରହିବା ପରେ ସତ୍କାର ହେଲା ମୃତଦେହ । (Family forced to keep dead body for two days) ଦେଖନ୍ତୁ ପଢନ୍ତୁ

ବର୍ଷାରେ ଧୋଇଗଲା ରାସ୍ତା, ଘରେ ଦୁଇଦିନ ପଡିରହିଲା ମୃତଦେହ
ବର୍ଷାରେ ଧୋଇଗଲା ରାସ୍ତା, ଘରେ ଦୁଇଦିନ ପଡିରହିଲା ମୃତଦେହ

ବେଙ୍ଗାଲୁରୁ:ପ୍ରବଳ ବର୍ଷାରେ ଧୋଇଗଲା ରାସ୍ତା । ମୃତଦେହକୁ ସତ୍କାର ପାଇଁ ଶ୍ମଶାନ ନେବା ସମ୍ଭବ ହୋଇ ନପାରିବାରୁ ଘରେ ଦୀର୍ଘ ଦୁଇ ଦିନ ଧରି ମୃତଦେହ ପକାଇ ରଖିବାକୁ ବାଧ୍ୟ ହେଲେ ପରିବାର ସଦସ୍ୟ । ପରେ ଆଜି ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଆଜି ମୃତଦେହକୁ କୋକେଇରେ ଧରି ଆଣ୍ଠୁଏ ପାଣିରେ ପଶି ଶ୍ମଶାନରେ ପହଞ୍ଚିଥିଲେ ପରିବାର ଓ ସମ୍ପର୍କୀୟ । ଦୁଇ ଦିନ ପଡି ରହିବା ପରେ ଆଜି ମୃତଦେହ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି (Family forced to keep dead body for two days)। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଚିକମାଗାଲୁର ଜିଲ୍ଲାରେ ।

ବର୍ଷାରେ ଧୋଇଗଲା ରାସ୍ତା, ଘରେ ଦୁଇଦିନ ପଡିରହିଲା ମୃତଦେହ

ଚିକମାଗାଲୁର ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନ ପଣିରେ ବୁଡି ରହିବା ସହ ରାସ୍ତା ଧୋଇଯିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ଦୁଇ ଦିନ ତଳେ ସ୍ଥାନୀୟ ବୋମ୍ମେନାହାଲି ଗ୍ରାମରେ 55 ବର୍ଷୀୟ ପ୍ରମୋଦ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ହେଲେ ପ୍ରବଳ ବର୍ଷା ଓ ଯାତାୟତ ବାଧାପ୍ରାପ୍ତ କାରଣରୁ ମୃତଦେହ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶେଷକୃତ୍ୟ ସମ୍ପନ୍ନ କରିବା ସମ୍ଭବପର ହୋଇ ପାରି ନଥିଲା । ଫଳରେ ଘରେ ଦୁଇ ଦିନ ଧରି ମୃତଦେହ ପକାଇ ରଖିବାକୁ ପରିବାର ସଦସ୍ୟ ବାଧ୍ୟ ହୋଇଥିଲେ ।

ବର୍ଷାରେ ଧୋଇଗଲା ରାସ୍ତା, ଘରେ ଦୁଇଦିନ ପଡିରହିଲା ମୃତଦେହ

ତେବେ ଦୁଇ ଦିନ ପରେ ବର୍ଷା ସାମାନ୍ୟ କମ ହେବା ପରେ ପରିବାର ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗ୍ରାମ ପାଣି ଘେରରେ ଥିଲା ବେଳେ ପରିବାର ସଦସ୍ୟ ଓ ସମ୍ପର୍କୀୟ ଆଣ୍ଠୁଏ ପାଣିରେ ପଶି ମୃତଦେହ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ । ଶେଷରେ ବର୍ଷା ସତ୍ତ୍ବେ ମଧ୍ୟ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ବର୍ଷାରେ ଧୋଇଗଲା ରାସ୍ତା, ଘରେ ଦୁଇଦିନ ପଡିରହିଲା ମୃତଦେହ

ରାଜଧାନୀ ବେଙ୍ଗାଲୁରୁ ସମେତ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ବେଙ୍ଗାଲୁରୁ ସହର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇ ରହିଛି । ଏଥିଯୋଗୁଁ ବେଙ୍ଗଲୁରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ରାଜ୍ୟରେ ଦେଖାଯାଇଥିବା ବର୍ଷା ଜନିତ ବନ୍ୟାରେ ପ୍ରାୟ 5ଜଣ ପ୍ରାଣ ହରାଇଥିବା ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ସୁଦ୍ଧା ସରକାରୀ ଭାବେ କିଛି ସ୍ପଷ୍ଟ କାରଯାଇନି । ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ 6ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏବେ ମଧ୍ୟ ରାଜଧାନୀ ବେଙ୍ଗାଲୁରୁରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହୋଇ ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details