ଲକ୍ଷ୍ନୌ:ଖାକି ବର୍ଦ୍ଦିର ଦମ୍ ଦେଖାଇଲେ ପୋଲିସ ବାବୁ । ବାପାଙ୍କ ନାମରେ ଅପରାଧିକ ମାମଲା ରହିଥିବାରୁ ଅପରାଧୀ ବାପାଙ୍କୁ ଖୋଜିବାକୁ ଯାଇଥିଲା ପୋଲିସ । ମାତ୍ର ବାପାଙ୍କୁ ନପାଇ ଘରେ ଥିବା ଦୁଇ ଝିଅଙ୍କ ଉପରେ ପୋଲିସ ସବୁ ରାଗ ସୁଝାଇଦେଲା । ଦୁଇ ଝିଅଙ୍କୁ ପୋଲିସ ଏପରି ମାଡ ମାରିଲା ଯେ, ଜଣଙ୍କର ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ଚନ୍ଦୋଲି ଅଞ୍ଚଳର ମନରାଜପୁର ଗାଁରେ । ମୃତଦେହ ଛାଡି ପୋଲିସ ପଳାଇଥିବା ବେଳେ ଗ୍ରାମବାସୀ ରାସ୍ତା ରୋକ୍ କରିବା ସହ ଗାଡି ଭଙ୍ଗାରୁଜା କରିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସୟଦରାଜା ଥାନା ଅଞ୍ଚଳର ମନରାଜପୁର ଗ୍ରାମକୁ ଜଣେ ଅପରାଧିଙ୍କୁ ଖୋଜିବାକୁ ଯାଇଥିଲା ପୋଲିସ । କିନ୍ତୁ ଅପରାଧି ଜଣଙ୍କ ନମିଳିବାରୁ ତାଙ୍କ ୨ଝିଅଙ୍କୁ ପୋଲିସ ମାଡ ମାରିଥିଲା । ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିବା ପରେ ପୋଲିସ ମୃତଦେହ ଛାଡି ପଳାଇଥିଲା ।